www.samajalive.in
Sunday, December 7, 2025
23.1 C
Bhubaneswar

କାଶ୍ମୀର କୃଷକଙ୍କଠାରୁ ସରକାର କିଣିବେ ସେଓ

କାଶ୍ମୀର: କାଶ୍ମୀରର କୃଷକମାନଙ୍କଠାରୁ ଉପଯୁକ୍ତ ମୂଲ୍ୟ ଦେଇ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ୍‍ ସେଓ କିଣିବା ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ବଜାର ହସ୍ତକ୍ଷେପ ମୂଲ୍ୟ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଏହି ଯୋଜନା ଲାଗୁ ହେବା ଦ୍ୱାରା ପ୍ରଥମଥର ପାଇଁ ଜାମ୍ମୁ କାଶ୍ମୀରର କୃଷକମାନଙ୍କ ଘର ପାଖରୁ ଶତକଡ଼ା ୬୦ଭାଗ ସେଓ ସଂଗ୍ରହ କରାଯାଇପାରିବ। ଏହି ଅବସରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାର ଅଗ୍ରାଧିକାର ଭିତ୍ତିରେ ମାତ୍ର ସପ୍ତାହେ ସମୟ ମଧ୍ୟରେ ଏହି ଯୋଜନାକୁ ପ୍ରସ୍ତୁତ କରିଥିଲେ ଯାହା ଜାମ୍ମୁ କାଶ୍ମୀର ସେଓ ଚାଷୀମାନଙ୍କର ଅର୍ଥନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯାଇଛି।

୨୦୧୮ରେ ରାଜ୍ୟରେ ୨୦ଲକ୍ଷ ମେଟ୍ରିକ୍‍ ଟନ୍‍ ସେଓ ଉତ୍ପାଦିତ ହୋଇଥିଲା। ଏହାଦ୍ୱାରା କାଶ୍ମୀର ଉପତ୍ୟକାର ସେଓ ଚାଷୀମାନଙ୍କର ଆୟ ପୂର୍ବାପେକ୍ଷା ଆଉ ୨ ହଜାର କୋଟି ଟଙ୍କା ଅଧିକ ହେବ। ସେପ୍ଟେମ୍ବର ମାସ ପହିଲାରୁ ଏହି ସଂଗ୍ରହ ଆରମ୍ଭ ହୋଇ ଏହା ୬ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ବାବଦରେ ୮ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଅଟକଳ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ନାଫେଡ୍‍ ଏହି ସେଓ ସଂଗ୍ରହ କରିବାକୁ ଅଧିକାର ପାଇଥିବାବେଳେ ଜାମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ସେଓ ସଂଗ୍ରହ କରିବାକୁ କ୍ଷମତା ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories