ନୂଆଦିଲ୍ଲୀ ଆଇସିଏସଆଇ ସହିତ ଆଇଆଇଏମ ସମ୍ବଲପୁରର ଚୁକ୍ତିନାମା ସ୍ୱାକ୍ଷରିତ

0

ବୁର୍ଲା:ବୁର୍ଲା ଜ୍ୟୋତିବିହାର ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେନେଜମେଣ୍ଟ ଆଇଆଇଏମ-ସମ୍ବଲପୁର ଠାରେ ଆଇଆଇଏମ-ସମ୍ବଲପୁରର ଏବଂ ଆଇସିଏସଆଇ ଅନୁଷ୍ଠାନ ନୂଆଦିଲ୍ଲୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଇସିଏସଆଇ ନୂଆଦିଲ୍ଲୀ ପିଜିଡ଼ିଏମ ପାଠ୍ୟକ୍ରମର ଉକୃଷ୍ଠତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ସିଗନେଚର ଏୱାର୍ଡ଼ ପ୍ରଦାନ ପାଇଁ ପାଇଁ ଚୁକ୍ତିବଦ୍ଧ ହୋଇଛି। ଏହି ଚୁକ୍ତିନାମା ସ୍ୱାକ୍ଷରିତ କାର୍ୟ୍ୟକ୍ରମରେ ଆଇଆଇଏମ-ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସୱାଲ, ଆଇସିଏସଆଇ ନୂଆଦିଲ୍ଲୀର ନିର୍ଦ୍ଦେଶକ ଡଃ ଏସ କେ ଜେନା, ମେନେଜିଙ୍ଗ କମିଟିର ସଦସ୍ୟ ସିଏସ ଅଜୟ କୁମାର ମାଝୀ ଏବଂ ଭୁବନେଶ୍ୱର ଚେପ୍ଟରର ଆଇସିଏସ୍ଆଇର କାର୍ୟ୍ୟକାରୀ ଅଧିକାରୀ ୟୁ ସି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

prayash

ଏହା ସହିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସମ୍ବଲପୁରର ସମସ୍ତ ଫାକୁଆଲଟି ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଇସିଏସଆଇ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଆଇଆଇଏମ-ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସୱାଲ ଏବଂ ଆଇସିଏସଆଇ ନୂଆଦିଲ୍ଲୀର ନିର୍ଦ୍ଦେଶକ ଡଃ ଏସ କେ ଜେନାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବାର ଔପଚାରିକତା ପୁରଣ କରି ହସ୍ତାକ୍ଷର ପ୍ରକ୍ରିୟା ସମାପିତ କରିଥିଲେ। ଆଇସିଏସଆଇ ତରଫରୁ ଅନୁଷ୍ଠାନର ସିଗନେଚର ପୁରଷ୍କାର ଓଡ଼ିଶାର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ସହିତ  ଚୁକ୍ତିନାମା ସ୍ବାକ୍ଷରିତ  କରିବା ପାଇଁ ପ୍ରସ୍ଥାବ ଆଣିବେ ବୋଲି କହିଥିବା ବେଳେ ବହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ସାରିଛି। ଓଡ଼ିଶା ପାଇଁ ସିଗନେଚର ଏୱାର୍ଡ଼ ଓଡ଼ିଶା ଆଇସିଏସଆଇର ୫ ଗୋଟି ଅଧ୍ୟୟନ କେନ୍ଦ୍ର ଏବଂ ତିନୋଟି ପରୀକ୍ଷା କେନ୍ଦ୍ର ରହିଛି। ଇନଷ୍ଟିଚ୍ୟୁଟ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ(ଆଇସିଏସଆଇ) ନୂଆଦିଲ୍ଲୀ ଆଇଆଇଏମ-ସମ୍ବଲପୁରର ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଦୁଇବର୍ଷିୟା ପିଜିଡ଼ିଏମ ପାଠ୍ୟକ୍ରମ ପାଇଁ ସିଗନେଚର ପୁରଷ୍କାରରେ ସମ୍ମାନିତ କରିବ। ଏହି ସିଗନେଚର ପୁରଷ୍କାର ପ୍ରତିବର୍ଷ ସମ୍ବଲପୁର-ଆଇଆଇଏମ ସମାବର୍ତ୍ତନ ଉତ୍ସବ ଏବଂ ଅନ୍ୟ କୌଣସି ଗୁରୁତ୍ୱପୁର୍ଣ୍ଣ ଆଇଆଇଏମ ଉତ୍ସବରେ ପୁରଷ୍କୃତ କରାଯିବ। ଆଇସିଏସ୍ଆଇ ସିଗନେଚର ପୁରଷ୍କାର କେବଳ ପିଜିଡ଼ିଏମ ଟପରଙ୍କୁ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି।

ଆଇସିଏସଆଇ ଏକ ବୈଧାନିକ ବଡ଼ି ଯାହାକି ସଂସଦର ଆକ୍ଟଦ୍ୱାରା ସଂସ୍ଥାପିତ। ଏହି ସଂସ୍ଥାନ କର୍ପୋରେଟ ଏଫେୟାର୍ସ ମନ୍ତ୍ରଣାଳୟ ତତ୍ୱାବଧାନରେ ରହିଛି। ଏହାର ମୂଖ୍ୟ କାର୍ୟ୍ୟାଳୟ ନୂଆଦିଲ୍ଲୀରେ ରହିଥିବା ବେଳେ ଚାରୋଟି ଆଞ୍ଚଳିକ କାର୍ୟ୍ୟାଳୟ ମୁମ୍ବଇ, କୋଲକତା, ନୂଆଦିଲ୍ଲୀ ଏବଂ ଚେନ୍ନାଇରେ ରହିଛି। ୭୦ଟି ଚେପ୍ଟର ଅଫିସ ଦେଶରେ ବିଭିନ୍ନ ସ୍ଥାନରେ ରହିଛି। ସେଣ୍ଟର ଅଫ୍ ଏକ୍ସିଲେନ୍ସ ହାଇଦ୍ରାବାଦ ଏବଂ କୋଲକତ୍ତାରେ ରହିଥିବା ବେଳେ ଭାରତରେ ୨୦୦ଟି ପରୀକ୍ଷା କେନ୍ଦ୍ର ଏବଂ ଓଭରସିସ୍ କେନ୍ଦ୍ର ଦୁବାଇରେ ରହିଛି। ୧୦୭ ଅଧ୍ୟୟନ କେନ୍ଦ୍ର ଏବଂ ୩.୫ ଲକ୍ଷ ଛାତ୍ରଛାତ୍ରୀ ଏବଂ ୫୯୦୦୦ ସଦସ୍ୟ ଏହାକୁ ଗତି କରାଉଥିବା ଅନୁଷ୍ଠାନ ତରଫରୁ ପ୍ରକାଶ ପାଇଛି।

kalyan agarbati
Leave A Reply