ଏ ହେଉଛି ବିଶ୍ୱର ୧୦ ସବୁଠୁ ଭଲ ଏବଂ ଖରାପ ବାସଯୋଗ୍ୟ ସହର, ଜାଣନ୍ତୁ ଭାରତୀୟ ସହର ସ୍ଥାନ କେଉଁଠି
ନୂଆଦିଲ୍ଲୀ : ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ)ର ଗ୍ଲୋବାଲ ଲେଭେବିଲିଟି ଇଣ୍ଡେକ୍ସ ୨୦୧୯ରେ ବିଶ୍ୱର ସବୁଠୁ ଭଲ ଏବଂ ଖରାପ ବାସହଯୋଗ୍ୟ ସହର ତାଲିକା ପ୍ରକାଶ ପାଇଛି। ସ୍ଥିରତା, ସଂସ୍କୃତି, ବାତାବରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଭିତ୍ତିଭୂମି ଆଦି ମାପଦଣ୍ଡକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ଏହି ତାଲିକାରେ ଦୁନିଆର ସବୁଠୁ ଭଲ ସହରର ୧ ନମ୍ବର ସ୍ଥାନରେ ଅଷ୍ଟ୍ରିଆର ଭିଏନା, ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ, ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ସିଡନୀ, ଚତୁର୍ଥରେ ଜାପାନର ଓସାକା, ପଞ୍ଚମରେ କାନାଡ଼ାର କାଲ୍ଗାରୀ, ଷଷ୍ଠରେ କାନାଡାର ଭ୍ୟାନକୁଭେର, ସପ୍ତମରେ କାନାଡାର ଟୋରଣ୍ଟୋ, ଅଷ୍ଟମରେ ଜାପାନର ଟୋକିଓ, ନବମରେ ଡେନମାର୍କର କୋପନଗେନ ଓ ଦଶମରେ ଅଷ୍ଟ୍ରେଲିଆର ଆଡିଲେଡ ରହିଛି।
ସେହିପରି ଦୁନିଆର ସବୁଠୁ ଖରାପ ସହର ତାଲିକାରେ ୧ ନମ୍ବରରେ ସିରିଆର ଡାମାକସ, ୨ରେ ନାଇଜେରିଆର ଲାଗୌସ, ୩ରେ ବାଂଲାଦେଶର ଢାକା, ୪ରେ ଲିବିୟାର ତ୍ରିପୋଲି, ୫ରେ ପାକିସ୍ତାନର କରାଚୀ, ୬ରେ ପାପୁଆ ନ୍ୟୁ ଗିନିୟାର ପୋର୍ଟ ମୋରେସବି, ୭ରେ ଜିମ୍ବାବେର ହରାରେ, ୮ରେ କ୍ୟାମରୁନର ଦୌଲା, ୯ରେ ଆଲ୍ଜେରିଆର ଅଲଜାୟର୍ସ ଏବଂ ୧୦ରେ ଭେନେଜୁଏଲାର କାରାକାସ ରହିଛି। ଏହି ତାଲିକାରେ ଭାରତର ରାଜଧାନୀ ଦିଲ୍ଲୀ ଏବଂ ଅର୍ଥନୈତିକ ରାଜଧାନୀ ମୁମ୍ବଇ ତଳକୁ ଖସିଛନ୍ତି। ଦିଲ୍ଲୀ ସ୍ଥାନ ୬ଟି ସ୍ଥାନ ତଳକୁ ଖସି ୧୧୨ରୁ ୧୧୮ ନମ୍ବର ସ୍ଥାନରେ ଓ ମୁମ୍ବଇ ୧୧୭ରୁ ତଳକୁ ଖସି ୧୧୯ ନମ୍ବର ସ୍ଥାନରେ ରହିଛି।
Comments are closed.