ସକାଳ @୯ ମୁଖ୍ୟ ଖବର
(୧) ଆଜି ପୁଣ୍ୟାତ୍ମା ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀ… ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉପଲକ୍ଷେ ଲୋକସେବକ ମଣ୍ଡଳ ଓ ’ସମାଜ’ ପକ୍ଷରୁ ସ୍ମୃତିଚାରଣ ସଭା ଆୟୋଜନ… ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ଗୋପବନ୍ଧୁ ଭବନରେ ଆୟୋଜିତ ହେବ ସମୁହ ଦୀପଦାନ ଉତ୍ସବ… ମୁଖ୍ୟ ଅତିଥି ଭାବେ ସାମିଲ ହେବେ କଟକ ମେୟର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…
(୨) ଆଜି କୁମାର ପୂର୍ଣ୍ଣିମା… ସାରା ରାଜ୍ୟ ଉତ୍ସବ ମୁଖର… କଟକ ଚୌଦ୍ୱାରରେ କୁମାର ଉତ୍ସବ ପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି… ସଂଧ୍ୟାରେ ଚାନ୍ଦକୁ ଆଞ୍ଜୁଳି ଟେକିବେ କୁଆଁରୀ କନ୍ୟା… ବିଧି ରହିଛି ଚାନ୍ଦ ଦେଖି ବ୍ରତ ପାଳନ କଲେ ମିଳିଥାଏ ଚାନ୍ଦ ପରି ସୁନ୍ଦର ବର…
(୩) କୁମାର ପୂର୍ଣ୍ଣିମାରେ ଛେଚିବ ବର୍ଷା… ଆଜିଠୁ ଉପକୂଳରେ ବଢିବ ବର୍ଷାର ପ୍ରଭାବ… ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
(୪) ଆସନ୍ତାକାଲିଠୁ ଓଟିଇଟି ପରୀକ୍ଷା ପାଇଁ ଫର୍ମପୂରଣ… ୧୯ ତାରିଖ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା… ଦୁଇଟି ପେପରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ… ୬୦ ମାର୍କ ବିଶିଷ୍ଟ ରହିଛି ଅପସନାଲ ପେପର… ସୂଚନା ଦେଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ…
(୫) ଆଜି ମା’ ଲକ୍ଷ୍ମୀପୂଜା… ଧରାବତରଣ କରିବେ ମା’ ଲକ୍ଷ୍ମୀ… ସବୁଠି ଉତ୍ସବର ମାହୋଲ… ଢ଼େଙ୍କାନାଳରେ ବ୍ୟାପକ ପ୍ରସ୍ତୁତି… ଝଲସୁଛି ତୋରଣ… ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ସହର… ମା’ଙ୍କ ଆଗମନ ନେଇ ଚଳଚଞ୍ଚଳ ରହିଛି ସହରଠୁ ଗାଁ…
Comments are closed.