BJD Bijuli 480×75 Mob

ସକାଳ @୯ ମୁଖ୍ୟ ଖବର

BJD Bijuli 480×75 Mob

(୧) ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା… ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି… ଦୁର୍ଘଟଣାସ୍ଥଳରୁ ୧୭୭ ଜଣଙ୍କୁ କରାଯାଇଛି ଉଦ୍ଧାର… ଏବେ ବି ଅନେକ ଲୋକ ନିଖୋଜ… ଆହୁରି ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା.. ସୂଚନା ଦେଲେ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଂଘଭି…

(୨) ଗୁଜରାଟର ଝୁଲାପୋଲ ଛିଡିବା ପରେ ସଜାଗ ହେଲା ପ୍ରଶାସନ… କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା… ଏକକାଳୀନ ପୋଲରେ ଯାତାୟାତ କରିପାରିବେ ୨ଶହ ଯାତ୍ରୀ… ବିଶେଷଜ୍ଞ ଟିମର ଯାଞ୍ଚ ପରେ ପ୍ରଶାସନର କଡ଼ା ନିର୍ଦେଶ…

(୩) ପୂରଣ ହେବ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ…ଆଜିଠୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା… ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଇଣ୍ଡିଆ ଓ୍ୱାନ୍‌ ଏୟାର ବିମାନ… ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ବିମାନରେ ରହିଛି ୯ଟି ସିଟ୍‌… ଟିକେଟ୍‌ ମୂଲ୍ୟ ୯୯୯ଟଙ୍କା…

(୪) ଆଜି ଧାମନଗର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ…. ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ଜରିଆରେ କରିବେ ପ୍ରଚାର… ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ମାଗିବେ ଭୋଟ୍‌… ନିର୍ବାଚନ ମଣ୍ଡଳିର ୧୩ଟି ସ୍ଥାନରେ ପ୍ରଚାର କରାଯିବା ନେଇ ହୋଇଛି ବ୍ୟବସ୍ଥା…

(୫) ଧାମନଗର ପାଇଁ ଚାଲିଛି କସରତ… ଉପନିର୍ବାଚନ ପାଇଁ ଘନଘନ ପ୍ରଚାର କରୁଛନ୍ତି ନେତା ଓ ମନ୍ତ୍ରୀ… ପଛରେ ପଡ଼ିନାହିନ୍ତି କୌଣସି ଦଳର ପ୍ରାର୍ଥୀ… ହାତରେ ଆଉ ଗୋଟିଏ ଦିନ… ଆସନ୍ତାକାଲି ସରୁଛି ପ୍ରଚାର… ଆଜି ବି ଭୋଟରଙ୍କୁ ମନାଇବାକୁ ମୈଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ…

(୬) ମହିଳାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼… ଜମିରେ ଥିବା ଗଛ ବିବାଦକୁ ନେଇ ଗାଁ ଦାଣ୍ଡରେ ନିର୍ଘାତ ପିଟିଲେ ଯୁବକ… ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି… ଥାନାରେ ଏତଲା… ଉଦଳା ବରଡିହି ପଞ୍ଚାୟତ ପଟଶାଣିପୁର ଗାଁର ଘଟଣା…

Comments are closed.