ସକାଳ @୯ ମୁଖ୍ୟ ଖବର
(୧) ପଟ୍ଟାମୁଣ୍ଡାଇ କେନାଲରେ ୧୦୦ଫୁଟର ଘାଇ… ତ୍ରିବେଣୀଶ୍ୱର ବଜାର ନିକଟସ୍ଥ କୁଆଁପାଳ-ଗୋପିନାଥପୁର ପୂର୍ତ୍ତ ରାସ୍ତାରେ ଘାଇ ହୋଇଥିବା ସୂଚନା… କୁଆଁପାଳ-ଗୋପିନାଥପୁରକୁ ଯୋଗାଯୋଗ ବିଚ୍ଛିନ୍ନ… ଭାସିଗଲା ୬ ଦୋକାନ… କୌଣସି ଖଳ ପ୍ରକୃତି ଲୋକ ଏପରି କରିଥିବା ଅନୁମାନ….
(୨) ଖଲ୍ଲିକୋଟରେ ବାଣ ତିଆରି ବେଳେ ବିସ୍ଫୋରଣ… ସହରର କରଣସାହିରେ ବିସ୍ଫୋରଣ ଯୋଗୁଁ ଗଲା ଜଣକ ଜୀବନ… ନିଜ ଘର ଛାତ ଉପରେ ଯୁବକ ଜଣକ ବାଣ ତିଆରି କରୁଥିବା ସୂଚନା… ଯୁବକଙ୍କୁ ମୃତ ଘୋଷଣା କଲେ ଖଲ୍ଲିକୋଟ ମେଡିକାଲ ଡାକ୍ତର…
(୩) ବିଷ ବଳୟରେ ରାଜଧାନୀ… ବିଷାକ୍ତ ବାୟୁ ଯୋଗୁଁ ଅଣନିଃଶ୍ୱାସୀ ଦିଲ୍ଲୀବାସୀ… ଧୀରେ ଧୀରେ ବଢ଼ୁଛି ବାୟୁ ପ୍ରଦ୍ୟୁଷଣ… ଆଜି ରାଜଧାନୀ ନୂଆଦିଲ୍ଲୀର ୧୬ଟି ସ୍ଥାନରେ ୪୦୦ ପାର୍ କଲା ଏକ୍ୟୁଆଇ… ଟିକିଏ ଶୁଦ୍ଧ ପବନ ପାଇଁ ଛଟପଟ ହେଉଛି ସହର…
(୪) ଧମନଗର ଉପନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି… ମୈଦାନରେ ଦେଖିବାକୁ ମିଳିଲାଣି ହେଭିୱେଟଙ୍କ ଭିଡ… ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କଲେଣି କେନ୍ଦ୍ର ମନ୍ତ୍ରୀ… ଘର ଘର ବୁଲୁଛନ୍ତି ବିଜେଡିର ଷ୍ଟାର ପ୍ରଚାରକ… କଂଗ୍ରେସ ମଧ୍ୟ ମୈଦାନରେ ଦେଖାଉଛି ବଳ… ପିସିସି ସଭାପତି କରୁଛନ୍ତି ରାଲି… ସେପଟେ ପଛରେ ପଡ଼ିନି ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାର…
(୫) ୫୨୫ ବିଲିଅନ ଡଲାରକୁ ଖସିଲା ବୈଦେଶିକ ମୁଦ୍ରାଭଣ୍ଡାର… ହ୍ରାସ ପାଇଥିବା ନେଇ ସୂଚନା ଦେଲେ ଆର୍ଥିକ ବିଶ୍ଳେଷକ… କହିଲେ, କରେନ୍ସି ବଜାରରେ ଆର୍ବିଆଇର ହସ୍ତକ୍ଷେପ ଯୋଗୁ ଖସିଲା ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ…
Comments are closed.