ସକାଳ @୯ ମୁଖ୍ୟ ଖବର

(୧) ପୁଣି ଇତିହାସ ରଚିଲା ଇସ୍ରୋ… ୩୬ଟି ବ୍ରଡବ୍ୟାଣ୍ଡ ସାଟେଲାଇଟର କଲା ସଫଳ ଉତକ୍ଷେପଣ… ଇସ୍ରୋର ସବୁଠୁ ଓଜନିଆ ରକେଟର ଉତକ୍ଷେପଣ ହେଲା ସଫଳ… ଏଲଭିଏମ-୩ ରକେଟ୍‌ ସହାୟତାରେ ଉତକ୍ଷେପଣ ହୋଇଥିବା ସୂଚନା…

(୨) ବାଲେଶ୍ୱରରେ ଫୁଟିଲା ଗୁଳି… ବିଳମ୍ବିତ ରାତିରେ ଆର୍ତ୍ତିକବିରାଜ ରୋଡରେ ଗୁଳିକାଣ୍ଡ… ଗୁଳିମାଡ଼ରେ ଜଣେ ଯୁବକ ଆହତ… କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି… ଗୁଳିମାଡ଼ କରି ଅଭିଯୁକ୍ତ ଫେରାର… ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…

(୩) ଉପନିର୍ବାଚନ ପାଇଁ କମ୍ପୁଛି ଧାମନଗର… ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଠ କରିବାକୁ ପ୍ରୟାସ କରୁଛନ୍ତି ସମସ୍ତ ପ୍ରାର୍ଥୀ… ପ୍ରଚାର ମୈଦାନରେ ଜମୁଛି ଷ୍ଟାର ପ୍ରଚାରକଙ୍କ ଭିଡ… ଘରେ ଘରେ ପହଞ୍ଚିବାକୁ ପ୍ରୟାସ କରୁଛି ବିଜେଡି… ବିଜେପି ମଧ୍ୟ ଶାସକ ଦଳକୁ ଦେଉଛି ଟକ୍କର… ବାଜିରେ ଲାଗିଛି ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାଭିମାନ… କଂଗ୍ରେସ ମଧ୍ୟ କରୁଛି କସରତ…

(୪) ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର… ୫ଜି ଲଞ୍ଚକୁ ନେଇ ସୂଚନା ଜାରି କଲା ବିଏସଏନଏଲ… ୨୦୨୩ ଅଗଷ୍ଟରୁ ବିଏସଏନଏଲ ଆରମ୍ଭ କରିବ ୫-ଜି ସେବା… ସୂଚନା ଦେଲେ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ…

(୫) ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ସ୍ଥାନ ପାଇଲା ଓଡ଼ିଆ ସିନେମା… ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ସ୍କ୍ରିନିଂ ଲାଗି ମନୋନୀତ… ୫୩ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ଓଡ଼ିଆ ଫିଲ୍ମ ‘ପ୍ରତିକ୍ଷା’…

(୬) ଆଜି ଟି-ଟ୍ବେଣ୍ଟି କ୍ରିକେଟ୍‌ ବିଶ୍ୱକପ୍‌ ମହାମୁକାବିଲା… ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଲଢ଼େଇ… ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌… ଆଜି ମ୍ୟାଚକୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ…

Comments are closed.