mission shakti banner

ସକାଳ @୯ ମୁଖ୍ୟ ଖବର

BSKY banner  750×100

(୧) କମ୍ପୁଛି ଧାମନଗର… ପ୍ରଚାର ପାଇଁ ନିର୍ବାଚନ ମଣ୍ଡଳୀରେ ଜମୁଛି ନେତା ଓ କର୍ମୀଙ୍କ ଭିଡ଼… ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରିଛି ନାମାଙ୍କନ ଦାଖଲ… ଗତକାଲି କଂଗ୍ରେସ ଓ ବିଜେଡି ଧାମନଗର ପାଇଁ କରିଛନ୍ତି ପ୍ରାର୍ଥୀ ଘୋଷଣା… ଉପନିର୍ବାଚନରେ ସଂଗଠନକୁ ସୁଦୃଢ଼ କରିବାକୁ ମହିଳା କାର୍ଡ ଖେଳିଛି ଶାସକ ଦଳ…

(୨) ଆଜିଠୁ ଆରମ୍ଭ ହେବ ଯୁକ୍ତ ୩ ପାଠପଢ଼ା… କଲେଜକୁ ଯାଇ ପାଠପଢ଼ିବେ ଛାତ୍ରଛାତ୍ରୀ… ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ମଧ୍ୟ କରିହେବ ଆବେଦନ… ସାମ୍ସ ପୋର୍ଟାଲରେ ହେବ ଫର୍ମ ଉପଲବ୍ଧ… ୧୯ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ…ସେପଟେ ୧୭ ତାରିଖରୁ ଆରମ୍ଭ ହେବ ପିଜି ପିଲାଙ୍କ ପାଠପଢ଼ା…

(୩) ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍‌… ସମ୍ବଲପୁର ସର୍ଲା ୟାର୍ଡ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ… ବିଳମ୍ବିତ ରାତିରେ ରେଳଧାରଣାରୁ ଖସିପଡ଼ିଲା ୪ଟି ବଗି… ଟ୍ରାକ୍‌ ମରାମତି କାମ ଜାରି… ଆଜି ପାଇଁ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ରଦ୍ଦ… ବଦଳିଲା କିଛି ଯାତ୍ରୀବାହୀ ଟ୍ରେନ୍‌ ଗତିପଥ…

(୪) ନୀଳଗିରିରେ ମାତିଲା ଦନ୍ତା… ଭାଙ୍ଗିଲା ପାଟ୍ରୋଲିଂ ଗାଡ଼ି… ୬ ବନ କର୍ମଚାରୀ ଆହତ… ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର… ଖୁମକୁଟ ନିକଟରେ ପାଟ୍ରୋଲିଂ ବେଳେ ଅତର୍କୀତ ଆକ୍ରମଣ କଲା ଦନ୍ତାହାତୀ… ସମ୍ପୃକ୍ତ ଅଞ୍ଚଳରେ ବ୍ୟପକ ଫସଲ ହାତୀ ନଷ୍ଟ କରୁଥିବା ନେଇ ପୂର୍ବରୁ ହୋଇ ଆସୁଥିଲା ଅଭିଯୋଗ…

(୫) ଉଦ୍ଧାର ହେଲେ ୪୯ ଦାଦନ… ବାହାର ରାଜ୍ୟକୁ ଚାଲାଣ ବେଳେ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ…  ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ୧୬ ମହିଳା ଓ ୧୯ ଶିଶୁ.. ଘଟଣାରେ ୨ଜଣ ସର୍ଦ୍ଦାରଙ୍କୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ଓ ବେଲପଡ଼ା ପୁଲିସ…

(୬) ଆଜି କାମାକ୍ଷାନଗରରେ ଅଖଚକ ସବୁ ବନ୍ଦ… ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଓକିଲ ସଂଘ… ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଖୋଲିବନି ଦୋକାନ ବଜାର… ଗଡ଼ିବନି ଗାଡ଼ି… କିଛି ସ୍ଥାନରେ ଉତ୍ତେଜନା ହେବା ଆଶଙ୍କା କରି ପୁଲିସ ରହିଛି ସଜାଗ…

Comments are closed.