ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି… ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଯାଇ କରିବେ ଶ୍ରୀଜୀଉଙ୍କ ଦର୍ଶନ… ପରେ ଭୁବନେଶ୍ୱରକୁ ଫେରି ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ… ଦିନ ୧ଟା ପରେ ରାଜଧାନୀରେ ବନ୍ଦ ରହିବ ସ୍କୁଲ କଲେଜ…

(୨) ଇଡି ଖୋଲିବ ନାଗ ପେଡ଼ି… ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଫିଟିବ ଗୁମର… ଆୟର ସୂତ୍ର ଜାଣିବାକୁ କଳାହାଣ୍ଡି କେସିଙ୍ଗାରେ ଇଡିର ତନାଘନା… ପୈତୃକ ଘରେ ଟିକିନିଖି ଯାଞ୍ଚ କରୁଛି ଟିମ୍‌.. ଦଳରେ ରହିଛନ୍ତି ସ୍ଵତନ୍ତ୍ର ପୁଲିସ ସହ ପ୍ରାୟ ୧୪ ଜଣ ଅଧିକାରୀ… ଘରର ୧୦୦ ମିଟର ମଧ୍ୟରେ ପ୍ରବେଶ ପାଇଁ କାହାକୁ ନାହିଁ ଅନୁମତି…

(୩) ସୋରରେ ହାତୀ ଆତଙ୍କ… ଷୋଳଭଉଣୀ ଡ୍ୟାମରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ… ମୃତ ଯୁବକ ଜଣକ ଔପଦା ଥାନା ପାଇକପଡ଼ା ଗାଁର ହୋଇଥିବା ସୂଚନା… ସକାଳେ ଡ୍ୟାମ୍‌ ନିକଟକୁ ବୁଲିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ…

(୪) ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ଉପରକୁ ଅଣ୍ଡାମାଡ଼… ରାଜା ଚାର୍ଲସ ଓ ରାଣୀ କାମିଲାଙ୍କ ଉପରକୁ ଅଣ୍ଡାମାଡ଼ କଲା ଦୁର୍ବୃତ୍ତ… ଦୁର୍ବୃତ୍ତ ଜଣକୁ ପୁଲିସ ଗିରଫ କରିଥିବା ସୂଚନା… ଇଂଲଣ୍ଡରେ ଏକ ସାଧାରଣ ସଭାରେ ଅଭାବନୀୟ ଘଟଣା…

(୫) ମନ୍ଦିରରୁ ଚୋରି ଅଭିଯୋଗରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ… ପୁଲିସର ବିଫଳତାକୁ ନେଇ ରାସ୍ତାରୋକ କଲା ମନ୍ଦିର ଟ୍ରଷ୍ଟବୋର୍ଡ… ସୋନପୁର-ବିନିକା ମୁଖ୍ୟ ରାସ୍ତା ଅବରୋଧ… ଗାଡ଼ିଚଳାଚଳ ବ୍ୟାହତ… ବିନିକା କପିଳେଶ୍ୱର ମନ୍ଦିରରୁ ଗତ ୨୨ ତାରିଖରେ ୩ଟି ଦାନ ବାକ୍ସ ହୋଇଥିଲା ଚୋରି…

(୬) ପଦ୍ମପୁର ପାଇଁ ବଢ଼ିଲାଣି ରାଜନୀତି ଉଷ୍ମତା… ପ୍ରାର୍ଥୀ ଚୟନ ପାଇଁ ୩ ଦଳଙ୍କ ମଧ୍ୟରେ ଚାଲିଛି କସରତ… ଧାମନଗର ବିଜୟ ପରେ ପଦ୍ମପୁର ଆସନ ଉପରେ ବିଜେପିର ଆଖି… ପ୍ରଚାର କରିବେ ନବାଗତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ…  ବିଜେଡି ମଧ୍ୟ ଗଡ଼ ବଞ୍ଚାଇବାକୁ କରିବ ପ୍ରୟାସ… ପ୍ରାର୍ଥୀ ଦେବାକୁ କଂଗ୍ରେସ କଷୁଛି ଗଣିତ…

(୭) ଟି୨୦ ବିଶ୍ୱକପ୍‌… ଆଜି ଭାରତ ଇଂଲଣ୍ଡ ସେମି ମୁକାବିଲା… ସୂର୍ଯ୍ୟ କୁମାର ଯାଦବକୁ ନେଇ ଚିନ୍ତାରେ ଇଂଲଣ୍ଡ… ୨୦୧୨ ଟି୨୦ରେ ଅନ୍ତିମ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଦୁଇ ଟିମ୍‌… ସେପଟେ ନ୍ୟୁଜିଲାଣ୍ଡକୁ ୭ ଉଇକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ପାକିସ୍ତାନ…

Comments are closed.