BJD Bijuli 480×75 Mob

ସକାଳ @୯ ମୁଖ୍ୟ ଖବର

BJD Bijuli 480×75 Mob

(୧) ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା… ଆଜି ମୋର୍ବି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ… ଘଟଣାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ… ପୀଡ଼ିତଙ୍କ ପରିବାରଙ୍କୁ ଦିଆଯିବ ପ୍ରାଧାନ୍ୟ… ସମସ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ଦିଆଯିବ ଗୁରୁତ୍ୱ…

(୨) କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା… ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିବାକୁ ମିଳିବନି ଅନୁମତି… ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ଧରାଯିବନି ମାଛ… ଡଙ୍ଗା, ଟ୍ରଲର ଓ ଭେସେଲ ଚଳାଇବାକୁ ବାରଣ… ଆଜିଠୁ ମେ’ ୩୧ ତାରିଖ ଯାଏଁ ମାଛଧରା ମନା…

(୩) ପିପିଲିରେ ହାତୀ ଆତଙ୍କ… ଧାନପୁର ଗାଁ ସହିତ ବିଭିନ୍ନ ଅଞ୍ଚଳରେ ଆତଙ୍କ ରଚୁଛି ଦନ୍ତାହାତୀ… ହାତୀ ଯୋଗୁଁ ପିପିଲିର ୩୦ରୁ ଊର୍ଦ୍ଧ୍ଵ ଗାଁରେ ଆତଙ୍କ… ବ୍ୟାପକ ଧାନ ଫସଲ ନଷ୍ଟ… ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ… ସଂଧ୍ୟାରେ ହାତୀ ଘଉଡାଇବାକୁ କରାଯିବ ଉଦ୍ୟମ…

(୪) ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର… ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ… ସକାଳ ୬ଟାରୁ ୯ଟା ଯାଏଁ ପ୍ରବେଶ ପାଇଁ ଅନୁମତି… ଯଶିପୁର କାଳିଆଣି ଗେଟ୍‌ ଦେଇ ଶିମିଳିପାଳକୁ ଯାଇପାରିବ ୩୫ ଗାଡ଼ି… ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ି କରିପାରିବ ପ୍ରବେଶ…

(୫) ଧାମନଗର ଉପନିର୍ବାଚନ ପାଇଁ କାଉନ୍‌ ଡାଉନ୍‌ ଆରମ୍ଭ… ଆଜି ସରୁଛି ନିର୍ବାଚନୀ ପ୍ରଚାର… ଶେଷ ପ୍ରଚାର ଦିନରେ ବି କମ୍ପିବ ଧାମନଗର ମାଟି… ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ ଓ ବଡ଼ ବଡ଼ ନେତା… ବିଜେଡି ମଧ୍ୟ କଷୁଛି ରାଜନୀତି ଗଣିତ… ଘରକୁ ଘର ଯାଇ ମାଗୁଛି ଭୋଟ୍‌… ଗତକାଲି ଭିସିରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ… ପଛରେ ପଡ଼ିନି କଂଗ୍ରେସ କି ସ୍ୱାଧୀନ…

(୬) ଥମୁନି ରୁଷ-ୟୁକ୍ରେନ୍‌ ଯୁଦ୍ଧ… ୟୁକ୍ରେନ ରାଜଧାନୀ କିଭରେ ରୁଷିଆର ମିଜାଇଲ ଆକ୍ରମଣ… ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ… ଅନ୍ଧାରରେ କିଭବାସୀ… ବିଦ୍ୟୁତ୍‌ ନଥିବା ଯୋଗୁଁ ଅଧିକାଂଶ ଘରୁକୁ ପହଞ୍ଚିପାରୁନି ସପ୍ଲାଏ ପାଣି…

Comments are closed.