www.samajalive.in
Monday, December 15, 2025
14.1 C
Bhubaneswar

ସ୍ମାର୍ଟ ସିଟି ମିଶନ – ୮୬% ଅର୍ଥ ବିନିଯୋଗ ଓ ୬୯% ପ୍ରକଳ୍ପ ଶେଷ

ଡେସ୍କ: ଦେଶରେ ଚାଲିଥିବା ସ୍ମାର୍ଟ ସିଟି ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ଆବଣ୍ଟିତ ଅର୍ଥର ୮୬ ପ୍ରତିଶତ ବିନିଯୋଗ ହୋଇଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର କହିଛନ୍ତି ଯେ ସ୍ମାର୍ଟ ସିଟି ଲାଗି ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ମଧ୍ୟରୁ ଚଳିତ ବର୍ଷ ମାର୍ଚ୍ଚ ୩ ସୁଦ୍ଧା ୬୯ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସେ ଗୃହକୁ ଜଣାଇଛନ୍ତି ଯେ, ସ୍ମାର୍ଟ ସିଟି ଯୋଜନା ଅଧୀନରେ ୭ ହଜାର ୭୯୯ଟି ପ୍ରକଳ୍ପ ମଧ୍ୟରୁ ୫ ହଜାର ୩୯୯ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି।

ମନ୍ତ୍ରୀ କହିଛନ୍ତି, ସ୍ମାର୍ଟ ସିଟି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ୬୯ ହଜାର ୬୮୫ କୋଟି ଟଙ୍କା ବ୍ୟବବାର୍ଡ କରିଥିବା ବେଳେ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୫୯ ହଜାର ୭୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେ ଏହାର କାର୍ଯ୍ୟକାରିତା ସମୟ ସୀମା ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୫ ମସିହା ଜୁନ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ଯୋଜନାରେ ୧୦୦ଟି ସହରକୁ ଏହି ତାଲିକାଭୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories