ବିଶ୍ୱ ଜଳ ଦିବସ : ଗୋପାଳପୁରରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ
ଗଞ୍ଜାମ : ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗୋପାଳପୁର ବେଳାଭୁମିରେ ସଫେଇ କାର୍ଯ୍ୟକ୍ରମ “SAVE BLUE, LIVE GREEN- ଅନୁଷ୍ଠିତ ହୋଇଯାଇଛି । ଓଡିଶାର ଜଳବାୟୁ ମ୍ୟାନ ଭାବେ ପରିଚିତ ସତ୍ୟବ୍ରତ ସାମଲ, ସାତ୍ଵିକ ସୋଲ୍, ୟୁନିସେଫ୍, ପାଣ୍ଟିସ୍, ୟୁଥ୍ ଫର ୱାଟର୍ ପ୍ଲସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା, ଆମର ମହାସାଗରର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ ଯୁବକ-ଯୁବତୀମାନଙ୍କୁ ଶିକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ୟୁନିସେଫ୍ ସମର୍ଥିତ ୟୁଥ୍ ଫର ୱାଟର୍ ପ୍ଲସ୍ ଅଭିଯାନର ଏକ ଅଂଶ ଭାବରେ,ଏହି କାର୍ଯ୍ୟକ୍ରମ ଜାତିସଂଘ-ଜଳ ସମ୍ମିଳନୀ ଏବଂ ବିଶ୍ୱ ଜଳ ଦିବସ ସହିତ ଜଡିତ।
ବିଶ୍ୱ ଜଳ ଦିବସରେ ଯୁବକ-ଯୁବତୀ ମାନେ ସମୁଦ୍ର କୂଳ, ଜଳପଥ ଏବଂ ଅନ୍ୟାନ୍ୟ ଜଳସ୍ରୋତରୁ ଅଳିଆ ଆବର୍ଜନା ହଟାଇବା, ଜଳ ଉତ୍ସ ଚିହ୍ନଟ କରିବା, ପ୍ରଦୂଷଣ ସୃଷ୍ଟି କରୁଥିବା ଆଚରଣ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଏବଂ ସାମୁଦ୍ରିକ ଆବର୍ଜନା ହ୍ରାସ ପରିମାଣ ଉପରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।
ଆମର ମହାସାଗର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ତାପମାତ୍ରା ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି, ସମୁଦ୍ରର ଅମ୍ଳତା ବୃଦ୍ଧି ଏବଂ ବାରମ୍ବାର ବିଭିନ୍ନ ପାଣିପାଗ ଜନିତ ଘଟଣା ଘଟୁଛି। ଆମ ବେଳାଭୂମିରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ପ୍ରଦୂଷଣ ସାମୁଦ୍ରିକ ଜୀବନକୁ କ୍ଷତି ପହଞ୍ଚାଏ, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସହାୟକ ହୁଏ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆହୁରି ଭୟଙ୍କର କରିଥାଏ |
ଏହି ଅବସରରେ ଯୋଗ ଦେଇ ଓଡ଼ିଶାର ଜଳବାୟୁ ମ୍ୟାନ ସତ୍ୟବ୍ରତ ସାମଲ କହିଛନ୍ତି, “ଏହି ସମୁଦ୍ରକୂଳ ସଫା କରିବାର ଉଦ୍ଦେଶ୍ୟ ହେଉଛି ପୃଥିବୀ ଉପରେ ଜୀବନ ବଞ୍ଚାଇବାରେ ମହାସାଗର ଏବଂ ଜଳସମ୍ପଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ନିଜକୁ ମନେ ପକାଇବା। ଆମ ଗ୍ରହର ୭୦% ରୁ ଅଧିକ ଅଞ୍ଚଳ ପାଣିରେ ଆଚ୍ଛାଦିତ ହୋଇଛି, ତେଣୁ ଆମର ମହାସାଗର ଏବଂ ସମୁଦ୍ର କୂଳକୁ ପରିଷ୍କାର ଏବଂ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଆମେ ଦାୟିତ୍ବ ଗ୍ରହଣ କରିବାଉଚିତ।
ୟୁଥ୍ ଆଙ୍କର୍, ଫିଟନେସ୍ ଏକ୍ସପର୍ଟ ଏବଂ ୟୁଥ୍ ଫର ୱାଟର୍ ପ୍ଲସ୍ ସଦିଚ୍ଛା ଦୂତ ଅଭିଷେକ ମହାନ୍ତି କହିଛନ୍ତି, “ୟୁଥ୍ ୱାଟର୍ ପ୍ଲସ୍ ର ଏକ ଅଂଶ ହୋଇ ମୁଁ ଗର୍ବିତ ଏବଂ ପୃଥିବୀକୁ ଏକ ପରିଷ୍କାର, ସବୁଜ, ସୁନ୍ଦର କରିବା ଦିଗରେ ଯୁବପିଢ଼ିଙ୍କ ଶକ୍ତି ଯୋଗାଇବାରେ ସହଯୋଗ କରୁଛି”। ୟୁଥ୍ ଫର ୱାଟର୍ ପ୍ଲସ୍, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଜ୍ୟୋତି ଶର୍ମା କହିଥିଲେ, “ଯୁବକ-ଯୁବତୀ ମାନେ ଜଳବାୟୁ କାର୍ଯ୍ୟ ପାଇଁ ଗତି ସ୍ଥିର କରି ଜାତିସଂଘର ଜଳ ସମ୍ମିଳନୀ ୨୦୨୩ରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଖୁସିର ବିଷୟ ଅଟେ। ।
ବେଳାଭୂମି ସଫେଇ କାର୍ଯ୍ୟ ବ୍ୟତୀତ ଅଭିଷେକ ମହାନ୍ତିଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା, ଯାହା ଯୁବକ-ଯୁବତୀ ମାନଙ୍କୁ ମାନସିକ ଚାପ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ , ସୁସ୍ଥ ଖାଦ୍ୟ, ଓଜନ ହ୍ରାସ ଏବଂ ଗୁଣାତ୍ମକ ନିଦରେ ସହାୟତା କରିବା।
Comments are closed.