ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର.. ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା.. ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଥିବା ନେଇ ସୂଚନା..

ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ..ପୁରୀରୁ ସଡ଼କ ପଥରେ ଆସି ନବୀନ ନିବାସରେ ପହଞ୍ଚିଲେ..

ପଶ୍ଚିମବଙ୍ଗର ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡୁଥିବା ଲୁହାପଥର ଓଡ଼ିଶାରୁ ନେବାକୁ ମମତା ଆଗ୍ରହୀ.. ୩ ଦିନିଆ ଓଡିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହା କହିଛନ୍ତି..

ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର..

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି ଯେ ଦେଶରେ ଏଯାଏଁ କୋଭିଡ ମହାମାରୀର ପ୍ରଭାବ କମିନାହିଁ.. ୮ଟି ରାଜ୍ୟକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ..

ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି..

ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ.. ମୋଦୀଙ୍କ ସାଙ୍ଗିଆକୁ ନେଇ ଏକ ନିର୍ବାଚନ ସଭାରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ ୨ ବର୍ଷ ଜେଲ୍‌ ସହ ବେଲ୍‌..

Comments are closed.