www.samajalive.in
Sunday, December 14, 2025
18.1 C
Bhubaneswar

କୃଷି କାର୍ଯ୍ୟରେ ଡ୍ରୋନ୍ ଜ୍ଞାନ କୌଶଳ ଓ ଏହାର ସଂଯୋଗୀକରଣ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ “କୃଷି କାର୍ଯ୍ୟରେ ଡ୍ରୋନ୍ ଜ୍ଞାନ କୌଶଳ, ଆଗକୁ ଏହାର ବ୍ୟବହାରିକତାରେ ବୃଦ୍ଧି ଏବଂ ଏତଦ୍ ସମ୍ବନ୍ଧୀୟ ହାର୍ଡ଼ୱେୟାର, ସଫ୍ଟୱେୟାର, ସଂଯୋଗୀକରଣ ଓ ଉଡ଼ାଣ ବିଷୟରେ କୌଶଳ ପ୍ରଦାନ” ସମ୍ବନ୍ଧରେ ଏକ ଉନ୍ନତ ଜ୍ଞାନକୌଶଳ ଭିତ୍ତିକ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଦ୍ୱାରା ଡ୍ରୋନ୍ କୌଶଳର ବ୍ୟବହାର ସମ୍ବନ୍ଧିତ କ୍ଷେତ୍ର ପ୍ରକଳ୍ପର ଶୁଭାରମ୍ଭ ଗତ ୧୯.୦୩.୨୦୨୩ରେ ଜଗତସିଂହପୁର ଜିଲାର ଟାଇଁକୁଳ ଠାରେ ଉଡ଼ାଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରସନ୍ନଜିତ୍ ମିଶ୍ର ଯୋଗଦେଇ କୃଷକମାନଙ୍କ ସେବାରେ ଏହାର ସୁବିନିଯୋଗ ତଥା ଅଳ୍ପ ଖର୍ଚ୍ଚ ଓ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ କିପରି ବ୍ୟବହୃତ ହୋଇପାରିବ, ସେ ବିଷୟରେ ଗୁରୁତ୍ୱରୋପ କରିଥିଲେ। ଗବେଷଣା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ସଂଗ୍ରାମ୍ କେଶରୀ ସ୍ୱାଇଁ ଯୋଗଦେଇ ଡ୍ରୋନ୍ ଟେକ୍ନଲୋଜି କିପରି ଆମର ପାଶ୍ଚାତ୍ୟ ଦେଶମାନଙ୍କରେ ଲୋକପ୍ରିୟ ହୋଇପାରିଛି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣେଇ କୃଷକ ଭାଇ ଓ ଭଉଣୀମାନେ ଖୁବ୍ ଲାଭବାନ୍ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଯୁଗ୍ମ ନିର୍ଦ୍ଦେଶକ ଅମରେଶ ଖୁଂଟିଆ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରଶିକ୍ଷାର୍ଥୀ ଯଥା- କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଫାର୍ମ ପରିଚାଳକ, ବିଭିନ୍ନ ପ୍ରକଳ୍ପର କୁଶଳି କର୍ମୀ ତଥା କୃଷି ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାର ସୁବିନିଯୋଗ କିପରି କରିପାରିବେ ସେ ବିଷୟରେ ଧ୍ୟାନ ଦେବାକୁ ଗୁରୁତ୍ବାରୋପ କରିଥିଲେ।

- Advertisement -

ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ ଏହାର ପ୍ରଶିକ୍ଷଣ ତଥା ପରୀକ୍ଷଣ ବିଷୟରେ ଶିକ୍ଷା ଲାଭ କରି ଚାଷ କ୍ଷେତ୍ରରେ ଏହାର ପରିଚାଳନା କିପରି କରିପାରିବେ ସେ ବିଷୟରେ ଶିକ୍ଷା ଦିଆଯାଉଛି। ଡ୍ରୋନ୍ ମାଧ୍ୟମରେ ଅଳ୍ପ ଖର୍ଚ୍ଚରେ ସମନ୍ୱିତ ପ୍ରଣାଳୀରେ କୀଟନାଶକ ଔଷଧ ଓ ତରଳ ସାରର ପ୍ରୟୋଗ କରାଯାଇପାରିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଶିକ୍ଷା ଲାଭ ପରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ଜଣେ ଜଣେ ତାଲିମ୍ ପ୍ରାପ୍ତ ଡ୍ରୋନ୍ ପରିଚାଳକ ହୋଇ ଅନ୍ୟମାନଙ୍କୁ ତାଲିମ୍ ମଧ୍ୟ ଦେଇପାରିବେ, ସେଥିପାଇଁ ଗୁରୁତ୍ୱ ଦିଆଯାଇଛି।

ବିଶ୍ୱବିଦ୍ୟାଳୟ ସ୍ତରରେ ବର୍ତ୍ତମାନ ୫ଟି ଡ୍ରୋନ୍ କ୍ରୟ କରାଯାଇ ୧୦ ଗୋଟି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରୀକ୍ଷାମୂଳକ ଭାବେ କ୍ଷେତ୍ର ପ୍ରଦର୍ଶନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଡ୍ରୋନ୍ ଅଣାଯାଇ ଓଡ଼ିଶାର ସମସ୍ତ ଜିଲାରେ କୃଷି କାର୍ଯ୍ୟରେ ସୁବିନିଯୋଗ କରିବାର ଆଶା କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories