www.samajalive.in
Wednesday, December 10, 2025
15.1 C
Bhubaneswar

ବଡ଼ମ୍ବା ମଣ୍ଡଳ ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ୮ ବର୍ଷ ପୁର୍ତ୍ତି ପାଳିତ

ବଡ଼ମ୍ବା :  ଭାରତୀୟ ଜନତାପର୍ଟି ବଡ଼ମ୍ବା ମଣ୍ଡଳ  ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଉଭୟ ବଡ଼ମ୍ବା ଏବଂ ନରସିଂହପୁର ଶତାଧିକ ବିଜେପି କର୍ମୀ ବ୍ଲକ ଅନ୍ତର୍ଗତ ମାଳତି ଗ୍ରାମରେ କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ବା ୮ ବର୍ଷର ସଫଳତା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଯୋଗଦେଇଥିଲେ। କଟକ ଜିଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, କଟକ ଜିଲା ଓବିସି ମୋର୍ଚ୍ଚା ସଭାପତି ଚିନ୍ତାମଣି ମହାଳିକ,ଦଳର ବରିଷ୍ଠନେତା ନେତା ବିଭୁଦତ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ପ୍ରଥମେ ଖଇରପଙ୍ଗା ଗ୍ରାମର ପାଇକମାନଙ୍କ ଦ୍ୱାରା ପାଇକ ଖେଳ କରାଯାଇ ବଡ଼ମ୍ବା ମାଟିର ବିରତ୍ୱ ପ୍ରଦର୍ଶନ କରାଯାଇଥିଲା । ପରେପରେ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଜେନା ଉପସ୍ଥିତ ଥିବା ମହିଳାଙ୍କୁ ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ସାଧାରଣ ସଂପାଦକ ଶ୍ରୀ ମହାନ୍ତି ୨୨ବର୍ଷର କୁଶାସନ ଏବଂ ରାଜ୍ୟସରକାର ପଛୁଆବର୍ଗମାନଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ଉପରେ ମତ ବ୍ୟସ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଓବିସି ବର୍ଗଙ୍କ ପାଇଁ ସାମ୍ବିଧାନିକ ଓବିସି କମିଶନ ଗଠନ କରିବାସହ ୧୦୨ତମ ସମ୍ବିଧାନ ସଂଶୋଧନ ଉପରେ ବକ୍ତବ୍ୟ ରଖିବାସହ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ପଛୁଆବର୍ଗ କିଭଳି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟକ୍ଷେତ୍ରରେ ସଂରକ୍ଷଣର କିଭଳି ସୁବିଧା ପାଇପାରିବେ ସେ ଉପରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ସରୋଜ କୁମାର ବେଉରା, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ପ୍ରଧାନ, ମନୋଜ କୁମାର ପଣ୍ଡା, ନିରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories