www.samajalive.in
Monday, December 15, 2025
24.1 C
Bhubaneswar

‘ମା’ ମୁଁ ଚୋରି କରିନି’… ଏମିତି ଲେଖି ଜୀବନ ହାରିଲା ୭ମ ଶ୍ରେଣୀ ଛାତ୍ର

ସମାଜ ଡିଜିଟାଲ ଡେସ୍କ: ‘ମା’ ମୁଁ କୁର୍‌କୁରେ ଚୋରି କରିନାହିଁ। ସେହି ଚିପ୍ସ ରାସ୍ତାରେ ପଡ଼ିଥିଲା। ତାହାକୁ ମୁଁ ଉଠାଇଥିଲି। ମୁଁ ଚୋରି କରିନାହିଁ।’ ଏହା ହେଉଛି ଏକ ୧୩ ବର୍ଷୀୟ ନାବାଳକର ସୁଇସାଇଡ୍ ନୋଟ। ଏପରି ଲେଖି ନାବାଳକ ଜଣକ ଜୀବନ ହାରିଦେଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲା ଅନ୍ତଗର୍ତ ଗୋସାଇବାଡ଼ି ଅଞ୍ଚଳରେ। ଚିପ୍ସ ଚୋରିର ମିଥ୍ୟା ଅଭିଯୋଗରେ ଲଜ୍ଜିତ ହୋଇ ପ୍ରାଣ ହରାଇଛି ୭ମ ଶ୍ରେଣୀ ଛାତ୍ର କୃଷ୍ଣେନ୍ଦୁ ଦାସ।

କୃଷ୍ଣେନ୍ଦୁ ବକୁଲଦା ଉଚ୍ଚ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିଲେ। ଗତ ରବିବାର ଦିନ ସ୍ଥାନୀୟ ଜଣେ ଦୋକାନୀ କୃଷ୍ଣେନ୍ଦୁ ନାଁରେ ୩ ପ୍ୟାକେଟ୍‌ ଚିପ୍ସ ଚୋରି କରିଥିବାର ଅଭିଯୋଗ କରିଥିଲା। ଏପରି କି ଦୋକାନୀ ଜଣକ ଦୋକାନ ସାମ୍ନାରେ କାନ ଧରାଇ ଭୁଲ ମାଗିବାକୁ ବାଧ୍ୟ କରିଥିଲା। ଏହା ପରେ କୃଷ୍ଣେନ୍ଦୁର ମା’ ବି ତାଙ୍କୁ ସର୍ବସମ୍ମୁଖରେ ଗାଳି କଲେ। ଏହା କୃଷ୍ଣେନ୍ଦୁଙ୍କୁ ବେଶ୍‌ ବାଧିଥିଲା।

- Advertisement -

ଶେଷରେ ସେ ଏକ ସୁଇସାଇଡ୍‌ ନୋଟ ଲେଖି ବୁଧବାର ରାତିରେ କୀଟନାଶକ ପିଇ ଦେଇଥିଲା। ଗୁରୁବାର ସକାଳେ ତା’କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ। ଘଟଣା ପରଠାରୁ ଉକ୍ତ ଦୋକାନୀ ଶୁଭାଙ୍କର ଦୀକ୍ଷିତ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories