ଡେସ୍କ: ଚଳିତ ଅଗଷ୍ଟ ୧୫ରେ ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବ। ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ସମେତ ଅନ୍ୟାନ୍ୟ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଏ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କରିବେ, ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି କେଉଁ ସ୍ଥାନରେ କେଉଁ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ ସେମାନଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି।
୧) କନ୍ଧମାଳ – ଜଗନ୍ନାଥ ସାରକା
୨) ପୁରୀ – ନିରଞ୍ଜନ ପୂଜାରୀ
୩) କୋରାପୁଟ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୪) ଗଞ୍ଜାମ – ପ୍ରଦୀପ କୁମାର ଅମାତ
୫) ବରଗଡ଼ – ପ୍ରମିଳା ମଲ୍ଲିକ
୬) ସମ୍ବଲପୁର – ଉଷା ଦେବୀ
୭) କେନ୍ଦୁଝର – ପ୍ରଫୁଲ୍ଲ କୁମାର ମଲ୍ଲିକ
୮) ଅନୁଗୁଳ – ପ୍ରତାପ କେଶରୀ ଦେବ
୯) ରାୟଗଡା – ଅତନୁ ସବ୍ୟସାଚୀ ନାୟକ
୧୦) ଜଗତସିଂହପୁର – ଟୁକୁନି ସାହୁ
୧୧) ବଲାଙ୍ଗୀର – ଅଶୋକ ଚନ୍ଦ୍ର ପଣ୍ଡା
୧୨) ସୁନ୍ଦରଗଡ – ରାଜେନ୍ଦ୍ର ଢୋଲକିଆ
୧୩) କଟକ – ବିକ୍ରମ କେଶରୀ ଆରୁଖ
୧୪) ବାଲେଶ୍ୱର – ସୁଦାମ ମାର୍ଣ୍ଡି
୧୫) ଝାରସୁଗୁଡା – ସାରଦା ପ୍ରସାଦ ନାୟକ
୧୬) ମୟୁରଭଞ୍ଜ – ଅଶ୍ୱିନୀ କୁମାର ପାତ୍ର
୧୭) କଳାହାଣ୍ଡି – ପ୍ରିତିରଞ୍ଜନ ଘଡ଼ାଇ
୧୮) ମାଲକାନଗିରି – ତୁଷାରକାନ୍ତି ବେହେରା
୧୯) ସୋନପୁର – ରିତା ସାହୁ
୨୦) ଢେଙ୍କାନାଳ – ବାସନ୍ତୀ ହେମ୍ବ୍ରମ
ଏହା ବ୍ୟତୀତ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟ ୧୦ଟି ଜିଲ୍ଲାରେ ସେହି ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ। ସେହି ଜିଲ୍ଲାଗୁଡିକ ହେଉଛି ଭଦ୍ରକ, ବୌଦ୍ଧ, ଦେଓଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା, ନବରଙ୍ଗପୁର ଓ ନୟାଗଡ଼।



