ନୂଆଦିଲ୍ଲୀ: କଂଗ୍ରେସ ସଦସ୍ୟ ଅଧିରଞ୍ଜନ ଚୌଧୁରୀ ନିଲମ୍ବିତ ହୋଇଛନ୍ତି। ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ନିଲମ୍ବନ କରାଯାଇଛି। ପ୍ରିଭିଲେଜ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ନିଲମ୍ବନ ହୋଇଛନ୍ତି। ଅଧିରଞ୍ଜନଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ବାଚସ୍ପତି। ବାରମ୍ବାର ଗୃହରେ ଅଶୋଭନୀୟ ଆଚରଣ କରୁଥିବା କହିଥିଲେ। ଗୃହର ନେତା ଭାଷଣ ଦେଲାବେଳେ ଅଶୋଭନୀୟ ପ୍ରଦର୍ଶନ କରିଥିବା ପ୍ରକାଶ କରିଥିଲେ। ବାଚସ୍ପତିଙ୍କ କଥାରେ ସହମତ ହୋଇଥିଲେ ସଂସଦୀୟ ବ୍ୟାପର ମନ୍ତ୍ରୀ। ପରେ ବାଚନିକ ଭୋଟ ନେଇ ଅଧିରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଥିଲା।
Popular Categories



