www.samajalive.in
Sunday, December 14, 2025
14.1 C
Bhubaneswar

କାଟ ଖାଇଲା ଅନାସ୍ଥା ପ୍ରସ୍ତାବ: ପୁଣି ଜିତିଲା ମୋଦୀ ସରକାର, ଭୋଟପୂର୍ବରୁ କକ୍ଷ ତ୍ୟାଗ କଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା। ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦୀ ସରକାର। ଅନାସ୍ଥାରେ ହାରିଲେ ବିରୋଧୀ। ବାଚନିକ ଭୋଟରେ କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ। ଭୋଟ ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ ବିରୋଧୀ।

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।

- Advertisement -

ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ନିଜ ସରକାରର ସଫଳତା ବଖାଣି ସହ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ। ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ। ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ।
ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗ ଉଠାଇ କହିଥିଲେ ଯେ ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ ଓ ଶାନ୍ତିର ସୂର୍ଯ୍ୟ ଉଦୟ ହେବ। ମଣିପୁରବାସୀଙ୍କୁ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ସାଥିରେ ରହିଛି, ମଣିପୁର ପୁଣି ଦ୍ରୁତଗତିରେ ବିକାଶ ମୁହାଁ ହେବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories