www.samajalive.in
Monday, December 15, 2025
14.1 C
Bhubaneswar

ସାହିତ୍ୟ ଚିରକାଳ ସଂଗ୍ରାମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର

ଭୁବନେଶ୍ବର: ବଙ୍ଗଳା ଭାଷାରେ କାଜି ନଜରୁଲ ଇସଲାମ, ହିନ୍ଦୀ ସାହିତ୍ୟରେ ମୈଥିଲୀଶରଣ ଗୁପ୍ତା, ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରଲା’ଙ୍କ ପରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ, ଜାତୀୟ କବି ବୀରକିଶୋର ଦାସ, ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ରାଧାମୋହନ ଗଡ଼ନାୟକ ପ୍ରମୁଖ କବି ଭାରତୀୟ ସ୍ବାଧୀନତା ଆନ୍ଦୋଳନକୁ ନିଜ ନିଜର ରଚନା ଦ୍ବାରା ପ୍ରଭାବିତ କରିଥିଲେ। ସେହିପରି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀଙ୍କ ପରି ବହୁ ସ୍ବାଧୀନତା ସଂଗ୍ରାମୀ ବହୁ ଭାବେ ସ୍ବାଧୀନତା ଆନ୍ଦୋଳନକୁ ଅବ୍ୟାହତ ରଖିଥିଲେ ବୋଲି ବିଶିଷ୍ଟବକ୍ତାମାନେ ପ୍ରକାଶ କରିଛନ୍ତି।

କେନ୍ଦ୍ର ସାହିତ୍ୟ ଏକାଡେମ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ଔପନ୍ୟାସିକ ବିଭୂତ ପଟ୍ଟନାୟକ କହିଥିଲେ ଯେ ସେତେବେଳେ ଓଡ଼ିଶାରେ ଆଜିପରି ସାକ୍ଷରତା ନ ଥିବାରୁ ଜାତୀୟ କବି ବୀରକିଶୋର ଦାସଙ୍କ କବିତାକୁ ଲୋକେ ହାରମୋନିୟମ ଧରି ଗାଉଥିଲେ।

- Advertisement -

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସାହିତ୍ୟର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସାହିତ୍ୟ ଏକାଡେମୀର ସଚିବ ଡ.କେ.ଶ୍ରୀନିବାସ ରାଓ ତାଙ୍କର ଭାଷଣରେ ଓଡ଼ିଶାରେ ନାରୀ ଲେଖକ ଏବଂ ସ୍ବାଧୀତତା ସଂଗ୍ରାମୀଙ୍କ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଏହି ଅବସରରେ ଆବାହକ ଡ.ଗୌରହରି ଦାସ କହିଥିଲେ ଯେ ସାହିତ୍ୟ ଚିରକାଳ ସଂଗ୍ରାମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର ଭାବେ ତାଙ୍କ ଭୂମିକା ନିର୍ବାହ କରିଆସିଛି।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୋଜକ ଡ.ରମେଶଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ। ଡ.ନିବେଦିତା ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବେଳେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି କୃଷ୍ଣଚନ୍ଦ୍ର ପ୍ରଧାନ, ଶୁକମୁନି ବେହରେ ଓ ଲୋହିତାକ୍ଷ ଯୋଶୀ ପ୍ରବନ୍ଧ ପାଠ କରିଥିଲେ।

ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଓଡ଼ିଆ ଗୀତ ଓ କବିତା, ଓଡ଼ିଆ ନାଟକ, ଓଡ଼ିଆ ଗଳ୍ପ, ଓଡ଼ିଆ ପ୍ରବନ୍ଧ ଓ ପତ୍ରପତ୍ରିକା ଆଦି ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories