ଦେଓଗାଁ: ବ୍ୟସ୍ତ ବହୁଳ ଜାତୀୟ ରାଜପଥ ୨୬ ଉପରେ ଗତ ଦୁଇ ଦିନ ହେଲା ଏକ ବାଇକ ଗଛ ମୂଳେ ଥୋଇ ଦେଇ ଚାଳକ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫଳରେ ବାଇକକୁ ନେଇ ସନ୍ଦେହ ଦେଖାଦେଇଛି। ଏହା ଏକ ଚୋରୀ ବାଇକ କି ଗାଡି ମାଲିକ ଜରୁରୀ କାମରେ କୁଆଡେ ଚାଲିଯାଇଛନ୍ତି ଏବଂ ତାଙ୍କ ଫେରିବାରେ ବିଳମ୍ବ ଦେଖାଦେଇଛି, ଏଥିନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଥାଉକି ଦେଓଗାଁ-ସଇଁତଲା ରାସ୍ତାର ତୁଷୁରା ଛକ ଢ଼ାବା ସମ୍ମୁଖରେ ବିଏମଡବ୍ଲୁ ଲେଖାଥିବା ଓଡ଼ି୦୩ ସି ୪୮୪୭ ବାଇକକୁ ଗତ ବୁଧବାର ଅପରାହ୍ଣ ୩ଟା ସମୟରେ ଜଣେ ଅଜଣା ବ୍ୟକ୍ତି ବାଇକ ଛାଡ଼ିଦେଇ ତରବରିଆ ଭାବରେ କେଆଡ଼େ ଫେରାର ହୋଇଯାଇଥିଲେ ବୋଲି ନିକଟରେ ଥିବା ଏକ ହୋଟେଲ ମାଲିକଙ୍କ ଠାରୁ ସୂଚନା ମିଳିଛି। ୨ ଦିନ ବିତିଯାଇଥିଲେ ବି ଗାଡି ମାଲିକ ଆସିନଥିବାରୁ ପୁଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି।



