ରଜନୀକାନ୍ତଙ୍କ ଜେଲର ସିନେମା ଦେଖିବା ପାଇଁ ଜାପାନରୁ ଭାରତକୁ ଆସିଛନ୍ତି ଜାପାନ ନାଗରିକ
ଚେନ୍ନାଇ – ରଜନୀକାନ୍ତ କେବଳ ଭାରତରେ ନୁହନ୍ତି ଜାପାନରେ ବି ବେଶ୍ ପ୍ରସିଦ୍ଧ । ତାଙ୍କର ଜେଲର ସିନେମା ଦେଖିବା ପାଇଁ ଜାପାନର ନାଗରିକ ଭାରତ ଆସିଛନ୍ତି । ଏବେ ଦକ୍ଷିଣ ଭାରତର ଅଧିକାଂଶ ସିନେମା ହଲ୍ରେ ଜେଲର୍ ମୁକ୍ତିଲାଭ କରିବ । ଏହା ସୁପରହିଟ୍ ହେବ ବୋଲି ସିନେ ସମୀକ୍ଷକମାନେ ଆଶା ରଖଛନ୍ତି । ପ୍ରଥମଦିନରେ ଏହା ୫୦ କୋଟି ଟଙ୍କା ଆୟକରିବା ବୋଲି ଆଶା କରାଯାଉଛି ।
ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜାପାନର ଣ ନାଗରିକ ରଜନୀକାନ୍ତଙ୍କ ସିନେମା ଦେଖିବା ପାଇଁ ଭାରତ ଆସିଛନ୍ତି। ଅନେକ ସ୍ଥାନରେ ରଜନୀକାନ୍ତଙ୍କ ପ୍ରଂଶସକମାନେ ତାଙ୍କ ପୋଷ୍ଟର ଲଗାଇ ନାଚଗୀତ କରୁଥିବା ଦେଖିବା ପାଇଁ ମିଳିଛି । ଜାପାନର ଏହି ବ୍ୟକ୍ତିମାନେ ରଜନୀକାନ୍ତଙ୍କ ସିନେମା ଦେଖିବା ପାଇଁ ଖାସ୍ କରି ଜାପାନର ଓସାକାରୁ ଭାରତକୁ ଆସିଛନ୍ତି । ଏମାନେ ତାମିଲ ଭାଷା ବି କହୁଛନ୍ତି । ସେମାନେ ବହୁ ବର୍ଷ ଧରି ରଜନୀକାନ୍ତଙ୍କ ସିନେମା ଦେଖୁଛନ୍ତି ।
୨ ବର୍ଷ ପରେ ରଜନୀକାନ୍ତ ପୁଣି ଏକ ସିନେମାରେ ଅଭିନୟ କରିଛନ୍ତି । ଜାପାନରୁ ଆସିଥିବା ଏହି ନାଗରିକମାନେ ରଜନୀକାନ୍ତଙ୍କ ଟିସାର୍ଟ ମଧ୍ୟ ପିନ୍ଧିଛନ୍ତି । ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ସେମାନେ ତାମିଲ କହୁଥିବା ଦେଖିବା ପାଇଁ ମିଳିଛି ।
Comments are closed.