ଗଞ୍ଜାମ: ଗଞ୍ଜାମ ବ୍ଳକଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭଗତ ସିଂହ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ‘ନଲେଜ ସେଣ୍ଟର’ ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷା ମିନତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ଡ.ଶଙ୍କର ନାରାୟଣ ବେଜ ମୁଖ୍ୟଅତିଥି ଭାବେ ଯୋଗଦେଇ ନଲେଜ ସେଣ୍ଟରକୁ ଉଦଘାଟନ କରିଥିଲେ। ଓକେସିଏଲର ଗଞ୍ଜାମ ଜିଲାର ମୁଖ୍ୟ ଏସ ରେଖା ମହାନ୍ତି, ମହାବିଦ୍ୟାଳୟର ଯୁକ୍ତ ଦୁଇ ରସାୟନ ବିଜ୍ଞାନ ଅଧ୍ୟାପକ ମୋଚିରାମ ନାହାକ ଓ ନଲେଜ ସେଣ୍ଟର ପରିଚାଳକ କେ.ପ୍ରଭାତ ରେଡ୍ଡୀ ସମ୍ମାନୀତ ଅତିଥି ଭାଦେ ଯୋଗ ଦେଇ ନଲେଜ ସେଣ୍ଟର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମିଳିବାକୁ ଥିବା ସୁବିଧାସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଆଖଣ୍ଡଳମଣୀ ବେହେରା, ଦେବୀପ୍ରସାଦ ପଟ୍ଟନାୟକ, ଏନ ପଦ୍ମାବତୀ, ସନ୍ତୋଷ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



