www.samajalive.in
Sunday, December 14, 2025
26.1 C
Bhubaneswar

ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ବଦଳିଲା ସ୍ୱର – କହିଲେ ଭାରତ ଫେରିବାକୁ ଚାହୁଁଛି

ଇସଲାମାବାଦ – ଭାରତରୁ ଟ୍ରାଭେଲ୍‌ ଭିସା ନେଇ ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ସ୍ୱର ବଦଳିଛି । ବିବାହିତ ତଥା ଦୁଇଟି ସନ୍ତାନଙ୍କ ଜନନୀ ଅଞ୍ଜୁ ପାକିସ୍ତାନକୁ ନିଜ ପୁରୁଷ ବନ୍ଧୁ ନସରୁହ୍ଲା ନିକଟକୁ ପଳାଇଥିଲେ, ସେ ଫେସ୍‌ବୁକ୍‌ରେ ନସରୁଲ୍ଲାଙ୍କ ସହ ସମ୍ପର୍କ କରିଥିଲେ । ସେଠାରେ ତାଙ୍କର ବିବାହ ହୋଇଥିବା ବିଭିନ୍ନ ପାକିସ୍ତାନୀ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ସେ ନସରୁହ୍ଲାଙ୍କ ସହ ବିଭିନ୍ନ ସ୍ଥାନ ଏକାଠି ବୁଲିବା ସହ ରିଲ୍ସ ତିଆରି କରିଥିଲେ । ସେଠାରେ ସେ ବେଶ୍‌ ଖୁସୀ ଥିବା କଥା କହିଥିଲେ ।

ହେଲେ ଏବେ ଅଞ୍ଜୁଙ୍କର ସ୍ୱର ବଦଳିଛି । ବିବିସିକୁ ଦେଇଥିବା ସାକ୍ଷାତକାରରେ  ପାକିସ୍ତାନରେ ସବୁକିଛି ଠାକ୍‌ ଠାକ୍‌ ଥିଲେ ବି ପିଲାଙ୍କ କଥା ମନେ ପଡୁଥିବା କଥା କହିଛନ୍ତି । ଭାରତ ଫେରି ଆସିବା ପାଇଁ ସେ କହିଛନ୍ତି । ତାଙ୍କ ଏବଂ ତାଙ୍କ ପରିବାକୁ ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି ବୋଲ ଅଞ୍ଜୁ କହିଛନ୍ତି ।

- Advertisement -

ସେ ଗଣମାଧ୍ୟମର ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି , ଏବଂ ଏଠାକୁ ଫେରିବା ପରେ ସମସ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ପାକିସ୍ତାନ ଯିବା ଏହା ତାଙ୍କର ନିଜସ୍ୱ ଇଚ୍ଛା ବୋଲି କହିଛନ୍ତି ।

ତେବେ ପାକିସ୍ତାନରେ ତାଙ୍କ ଭିସା ଅସା ଅବଧି ବୃଦ୍ଧି କରାଯାଇ ନାହିଁ । ତାଙ୍କ ପୁରୁଷବନ୍ଧୁ ନସରୁଲ୍ଲା ଏଥିପାଇଁ ଆବେଦନ କରିଥିବା କଥା କହିଛନ୍ତି । ହେଲେ ଅଞ୍ଜୁ ପାକିସ୍ତାନର ବାସ୍ତାବତା ସହ ଏବେ ପରିଚିତ ହେବା କଥା ଅନେକ କହିଛନ୍ତି । ଏବେ ସେ କେଉଁ ଭୁଲ୍‌ କରିଛନ୍ତି ତାହା ସେ ନିଜେ ଜାଣିପାରିଛନ୍ତି ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ଅଞ୍ଜୁଙ୍କ ପିତା ଆଉ କେବେ ବି ତାଙ୍କୁ ନିଜର କରିବେ ନାହିଁ ବୋଲି କହିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories