ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଶୋଭାଯାତ୍ରା
ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣି ରଇତଙ୍କ ସଭାପତିତ୍ବରେ ରା ଉଦୟଗିରି ମୋହନା ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଆଦିବାସୀ ଯୋଗ ଦେଇଥିଲେ। ଆଦିବାସୀମାନଙ୍କ ଅଧିକାରକୁ ସୁରକ୍ଷା, ୨୦୦୩ ଆଇନକୁ ପ୍ରତ୍ୟାହାର, ଆଦିବାସୀ ବିରୁଦ୍ଧରେ କେନ୍ଦ୍ର ସରକାର ଆଣିଥିବା ଆଇନ ବନ୍ଦ କରିବା, ପେଷା ଆଇନ ଅନୁଯାୟୀ ନିୟମ କାର୍ଯ୍ୟକାରୀ କରିବା ସହିତ ମଣିପୁର ଭଳି ହିଂସା ରୋକିବା ଆଦି ଦାବୀରେ ଆଦିବାସୀ ମାନେ ଚନ୍ଦ୍ରଗିରି ରାଜସ୍ବ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ସାପ୍ତାହିକ ହାଟ ଓ ରାଜସ୍ବ ବଙ୍ଗଳା ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହି ଅବସରରେ ଆୟୋଜିତ ବୈଠକ ରେ ମଜଦୂର ରାଜ୍ୟ କମିଟି ସଭ୍ୟ ଗୋକୁଳ ଦଳବେହେରା, ଆଦିବାସୀ ନେତା ସୁନମ ମଣ୍ଡଳ , ଦୁର୍ଯୋଧନ ମଣ୍ଡଳ, ଶରତ ପ୍ରଧାନ, ମାନସ ଜେନା ପ୍ରମୁଖଙ୍କ ସମେତ ବହୁ କର୍ମୀ ମାନେ ଯୋଗଦେଇ ସହଯୋଗ କରିଥିଲେ।
Comments are closed.