www.samajalive.in
Sunday, December 14, 2025
19.1 C
Bhubaneswar

ହାଇକୋର୍ଟ ଆଦେଶକୁ ପ୍ରଶାସନର ଅଣଦେଖା,ସଂଘ ସଦସ୍ୟଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନରେ ଅହେତୁକ ବିଳମ୍ବ ପ୍ରତିବାଦରେ ସଂଘ ସଦସ୍ୟ ନିଶିଥ ରଞ୍ଜନ ପଟ୍ଟନାୟକ ସଂଘ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୬ଜଣଙ୍କ ନାମରେ ଉଚ୍ଚ ନ୍ୟାୟାଳୟରେ ରିଟ୍‌‌ ପିଟିସନ ଦାଖଲ କରିଥିଲେ। ଏହି ଆବେଦନର ଚୂଡାନ୍ତ ଶୁଣାଣୀ କରି ବିଚାରପତି ଏସ୍‌‌.କେ.ପାଣିଗ୍ରାହୀ ସଂଘ ସମ୍ପାଦକଙ୍କୁ ଚୂଡାନ୍ତ ଭୋଟର ତାଲିକା ପ୍ରଶାସନକୁ ହସ୍ତାନ୍ତର କରିବା ପରେ ଅତିରିକ୍ତ ଜିଲାପାଳ ଜୁଲାଇ ୩୧ ତାରିଖ ସୁଦ୍ଧା ନିର୍ବାଚନ ନିମନ୍ତେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଆଦେଶ କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ସଂଘ ପକ୍ଷରୁ ଜୁଲାଇ ୧୪ ତାରିଖରେ ଅତିରିକ୍ତ ଜିଲାପାଳ ଓ ସଂଘ ଉପଦେଷ୍ଟାଙ୍କୁ ସଂଘ ସଦସ୍ୟ ତାଲିକା ପ୍ରଦାନ କରିଥିଲେ। ସଦସ୍ୟ ତାଲିକା ପାଇବା ପରେ ଅତିରିକ୍ତ ଜିଲାପାଳ ୫ଜଣ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଯାଞ୍ଚ କମିଟି ଗଠନ ସହ ଜୁଲାଇ ୨୪ ତାରିଖରେ ସଂଘ ସଦସ୍ୟ ତାଲିକା ପ୍ରକାଶିତ କରିବା ସହ ଜୁଲାଇ ୨୭ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପ୍ରକାଶିତ ସଦସ୍ୟ ତାଲିକା ସମ୍ପର୍କରେ ଅଭିଯୋଗ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପ୍ରକାଶିତ ସଦସ୍ୟ ତାଲିକାକୁ ଚ୍ୟାଲେଞ୍ଜ କରି ୧୩୦ଜଣ ସଦସ୍ୟଙ୍କ ନାମକୁ ତାଲିକାରୁ ବାଦ୍‌‌ ଦେବାକୁ ଆବେଦନ କରାଯାଇଥିଲା। ଅଭିଯୋଗ ଗ୍ରହଣ ପରେ ଏହାର ଯାଞ୍ଚ କରାଯାଇ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ଅତିରିକ୍ତ ଜିଲାପାଳ ଚିଠି ନଂ ୨୩୯୨ ତା ୨୭/୦୭/୨୦୨୩ରିଖ ଅନୁଯାୟୀ ଉପଜିଲାପାଳ କେନ୍ଦୁଝର, ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝର, ଡେପୁଟି କଲେକ୍ଟର ସାଧାରଣ ଓ ବିବିଧ ଜିଲାପାଳ କାର୍ଯ୍ୟାଳୟ କେନ୍ଦୁଝର, ସଂଘର ପୂର୍ବତନ ସଭାପତି ଓ ସମ୍ପାଦକ, ସଂଘ ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା ଓ ଗୋପାଳ ପରିଡାଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଜୁଲାଇ ୨୮ ତାରିଖ ଅପରାହ୍ନ ୪ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସାଧାରଣ ଓ ବିବିଧ କାର୍ଯ୍ୟାଳୟରେ ଏହାର ଯାଞ୍ଚ ନିମନ୍ତେ ଆଦେଶ କରିଥିଲେ। ଅତିରିକ୍ତ ଜିଲାପାଳଙ୍କ ଆଦେଶ ମୁତାବକ ଗଠିତ କମିଟିରେ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ବାଦ୍‌‌ ଦେଲେ ଅନ୍ୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଶୁକ୍ରବାର ଏହାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇ ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ସଂଘ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳ କେନ୍ଦୁଝର, ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝର, ଭୂ-ଅର୍ଜନ ଅଧିକାରୀ କେନ୍ଦୁଝର, ଡେପୁଟି କଲେକ୍ଟର ସାଧାରଣ ଓ ବିବିଧ ଜିଲାପାଳ କାର୍ଯ୍ୟାଳୟ କେନ୍ଦୁଝର, ସଂଘ ସଭାପତି ଓ ସମ୍ପାଦକ, ସଂଘ ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା ଓ ଗୋପାଳ ପରିଡାଙ୍କୁ ନେଇ ଜୁଲାଇ ୩୧ ତାରିଖ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆବେଦନ ଗ୍ରହଣ ହୋଇଥିବା ୧୩୦ ଅଭିଯୋଗ ମଧ୍ୟରୁ ଶୁଆକାଟୀ ଅଞ୍ଚଳର ୩୧ଜଣ ସଦସ୍ୟ ଶୁଆକାଟୀ ଆଞ୍ଚଳିକ ସଂଘରେ ରହିବାକୁ ଇଛା ପ୍ରକାଶ କରି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ସଦସ୍ୟ ତାଲିକାରୁ ବାଦ୍‌‌ ଦେବାକୁ କରିଥିବା ଆବେଦନକୁ ଯାଞ୍ଚ କମିଟି ପକ୍ଷରୁ ଗୃହୀତ ହୋଇ ସେମାନଙ୍କୁ ସଦସ୍ୟ ତାଲିକାରୁ ବାଦ୍‌‌ ଦିଆଯାଇଥିବା ଜଣାପଡିଛି। ତେବେ ଅବଶିଷ୍ଟ ୯୯ ସଦସ୍ୟଙ୍କ ସମ୍ପର୍କରେ ହୋଇଥିବା ଅଭିଯୋଗ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ କେବଳ ପଞ୍ଜିକୃତ ସମ୍ପର୍କରେ ଯାଞ୍ଚ କରିଥିବା ବେଳେ ସମ୍ପୃକ୍ତ ଯାନର ମାଲିକଙ୍କ ସଦସ୍ୟତା ସମ୍ପର୍କରେ ଯାଞ୍ଚ କରି ଅଗଷ୍ଟ ୧ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ସହ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସଂଘ ଉପଦେଷ୍ଟାଙ୍କୁ କୁହାଯାଇଥିଲା। ଇତିମଧ୍ୟରେ ଅଗଷ୍ଟ ୧୦ତାରିଖ ବିତି ଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବାରେ ଅହେତୁକ ବିଳମ୍ବ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନପାରିବାରୁ ସଂଘ ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ସଂଘ ସଦସ୍ୟ ନିଶିଥ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘ ସଦସ୍ୟ ରୁଦ୍ର ନାରାୟଣ ମିଶ୍ର, ପାର୍ଥସାରଥୀ ସାହୁ, ମାନସ ରଞ୍ଜନ ସାହୁ, ଅଙ୍କିତ ରାମ, ସନାତନ ନାୟକ ଓ ସନ୍ତୋଷ କୁମାର ପତି ପ୍ରମୁଖ ଗୁରୁବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କରେ ପଚାରି ବୁଝିଥିଲେ। ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ଜୁଲାଇ ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ନହେବା ଏବଂ ଏହି କାରଣରୁ ନିର୍ବାଚନ ପ୍ରକ୍ରିୟା ବିଳମ୍ବ ଯୋଗୁଁ ସାଧାରଣରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା ଥିବାରୁ ଯଥାସମ୍ଭବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିବଦନ କରିଥିଲେ। ତେବେ ‘ମୁଁ ମୋର ହାଇକୋର୍ଟଙ୍କୁ ଉତ୍ତର ଦେବାକଥା ଦେବି, ସେଥିରେ ତୁମର ମୁଣ୍ଡ ଖେଳାଇବା ଆବଶ୍ୟକ ନାହିଁ ବୋଲି’ ସାକ୍ଷାତ କରିବାକୁ ଯାଇଥିବା ସଂଘ ସଦସ୍ୟଙ୍କୁ ଅତିରିକ୍ତ ଜିଲାପାଳଙ୍କ ମନ୍ତବ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହା ପ୍ରତିବାଦରେ ଆଗାମୀ ସ୍ୱାଧିନତା ଦିବସ ପାଳନ ପରିପ୍ରେକ୍ଷୀରେ ସଂଘ ସଦସ୍ୟ କଳାପତାକା ପ୍ରଦର୍ଶନ ଭଳି ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ଏହା କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ମିଟିଂରେ ଅଛି କହି ଫୋନ କାଟି ଦେଇଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories