www.samajalive.in
Sunday, December 14, 2025
26.1 C
Bhubaneswar

ଫୁଲବାଣୀ ଇ-ପାଠାଗାରର ସଫଳତା ଓ କାର୍ଯ୍ୟଧାରାକୁ ପ୍ରଗତି ମଇଦାନରେ ଉପସ୍ଥାପନା

ଫୁଲବାଣୀ: ନୂଆଦିଲ୍ଳୀ ଠାରେ ଆୟୋଜିିତ ହୋଇଥିବା ଜାତୀୟ ପାଠାଗାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ଏହି ମହୋତ୍ସବରେ ସାରା ଦେଶରୁ ବିଭିନ୍ନ ପାଠାଗାରର ସୁସଜ୍ଜିତ ଷ୍ଟଲ୍ ରହିଥିବା ବେଳେ ଆଧୁନିକ ପାଠାଗାର ର ଉପସ୍ଥାପନା ରଖାଯାଇଥିଲା। ୨ ଦିନ ଧରି ଏହି ମହୋତ୍ସବରେ ୮୦୦୦ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ। ଏହି ମହୋତ୍ସବରେ ସାରା ଦେଶରୁ ବିଭିନ୍ନ ଜିଲାପାଳ, ଉଚ୍ଚପଦସ୍ଥ ଅଧିକାରୀ, ପାଠାଗାର ବିଶେଷଜ୍ଞ, ଗ୍ରନ୍ଥାଗାରିକ ଯୋଗଦେଇଥିବା ବେଳେ କନ୍ଧମାଳ ଜିଲାରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅନୁମତିକ୍ରମେ ଜିଲାରୁ ଲାଇବ୍ରେରୀୟାନମାନଙ୍କ ମଧ୍ୟରୁ ମନୋନୀତ କରି ଜିଲ୍ଲା ଇ-ପାଠାଗାରର ଗ୍ରନ୍ଥାଗାରିକ ଶିବ ସୁନ୍ଦର ସାହୁଙ୍କୁ ପଠାଯାଇଥିଲା। ଶ୍ରୀ ସାହୁ ଜିଲା ଇ ପାଠାଗାରର ସଫଳତା ଓ କାର୍ଯ୍ୟଧାରାକୁ ପ୍ରଗତି ମଇଦାନ ରେ ଉପସ୍ଥାପନା କରିବା ସହ ଏହାକୁ ଉପଯୋଗ କରି ୮୦ ରୁ ଉର୍ଦ୍ଧ୍ବ କନ୍ଧମାଳ ଯୁବପୀଢ଼ି ଚାକିରି କିପରି ପାଇଛନ୍ତି ଏବଂ ଆଗାମୀ ବର୍ଷରେ ଜିଲାପାଳ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ମିଳିତ ଉଦ୍ୟୋଗରେ ମୋବାଇଲ୍ ଲାଇବ୍ରେରୀ, ନିଃଶୁଳ୍କ ୟୁପିଏସି କୋଚିଙ୍ଗ ବ୍ୟବସ୍ଥା ରଖାଯାଇଛି ବୋଲି କହିଥିଲେ। ଏଥି ସହ କିପରି ସଂସ୍କୃତି ମନ୍ତ୍ରାଳୟର ହସ୍ତକ୍ଷେପ ରେ ଆଗକୁ ଏ ପାଠାଗାର କୁ ବଢାଯାଇପାରିବ ସେ ବିଷୟରେ ଉପସ୍ଥାପନା କରିଥିଲେ। କନ୍ଧମାଳ ଜିଲା ଇ-ପାଠାଗାର ଆଗାମୀ ଦିନରେ ସମସ୍ତ ଜିଲା ପାଇଁ ରୋଲ ମଡେଲ ହୋଇ ରହିବ ଏବଂ ଆଗାମୀ ଜାତୀୟ ମହୋତ୍ସବରେ ଏହି ଇ – ପାଠାଗାରକୁ ପ୍ରଦର୍ଶନ ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବ ବୋଲି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଇ- ପାଠାଗାରକୁ ଜାତୀୟ ସ୍ତରରେ ଉପସ୍ଥାପନାର ସୁଯୋଗ ପାଇଥିବାରୁ ଶ୍ରୀ ସାହୁ ଜିଲାପାଳ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଓ ସମ୍ପାଦକ ସ୍ବାତୀ କନ୍ଧମାଳଙ୍କ ନିକଟରେ ନିଜର କୃତଜ୍ଞତା ବ୍ୟକ୍ତ କରିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories