www.samajalive.in
Sunday, December 14, 2025
19.1 C
Bhubaneswar

୮ଦଫା ଦାବିରେ ପାଚିକା ସଂଘର ବିକ୍ଷୋଭ 

କେନ୍ଦୁଝରଗଡ : କେନ୍ଦୁଝର ଜିଲାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଚିକା ସହାୟିକା ଭାବେ କାର୍ଯ୍ୟରତ ଶତାଧିକ ପାଚିକା ୮ଦଫା ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାଚିକା ସଂଘ ରାଜ୍ୟ ଜିଲା ସଭାନେତ୍ରୀ ବୁଧ ଗିରିଙ୍କ ନେତୃତ୍ୱରେ ଶତାଧିକ ପାଚିକା ସ୍ଥାନୀୟ କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଚିକା ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ଇନ୍ଦ୍ରମଣି ବେହେରା ଏଥିରେ ଯୋଗଦେଇ ପାଚିକା ମାନଙ୍କୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଶିକ୍ଷା ବିଭାଗ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ ନକରିବା ଏବଂ ମାସକୁ ମାତ୍ର ୧୪୦୦ଟଙ୍କା ପାରିଶ୍ରମିକ ପ୍ରଦାନ କରିବା ସରକାର ପାଚିକା ମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ଆସୁଥିବା ଅଭିଯୋଗ କରିବା ସହ ରାଜ୍ୟ ସରକାର ପାଚିକା ମାନଙ୍କୁ ତୁରନ୍ତ କର୍ମଚାରୀ ମାନ୍ୟତା ପ୍ରଦାନ ସହ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ବେତନ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ପାଚିକା ସଂଘ ରାଜ୍ୟ ଉପସଭାନେତ୍ରୀ ଯଶୋଦା ପାତ୍ର ଯୋଗଦେଇ ପାଚିକା ମାନଙ୍କୁ ମାସିକ ୧୦ମାସ ପରିବର୍ତ୍ତେ ୧୨ମାସର ବେତନ ପ୍ରଦାନ, ଅବସରକାଳୀନ ବୟସ ୬୨ବର୍ଷକୁ ବୃଦ୍ଧି, ମଧ୍ୟାହ୍ନଭୋଜନ ଯୋଜନାକୁ ସରକାର ଘରୋଇକରଣ କରିବା ନୀତିକୁ ତୁରନ୍ତ ବନ୍ଦ କରିବା ଆଦି ଦାବି କରିଥିଲେ। ଶ୍ରମିକ ସଙ୍ଗଠନ ସିଟୁର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ତୃପ୍ତିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ସିଟୁ ନେତା ପୂର୍ଣ୍ଣଚନ୍ଦ୍ର ରାଉତ ଯୋଗଦେଇ ମଧ୍ୟାହ୍ନଭୋଜନ କର୍ମଚାରୀ ମାନଙ୍କୁ ଶିକ୍ଷା ବିଭାଗ କର୍ମଚାରୀ ଭାବେ ଘୋଷଣା ସହ ଅବସରକାଳୀନ ମାସିକ ପେନସନ ୧୦ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ। ପାଚିକା ସଂଘ ଚମ୍ପୁଆ ବ୍ଲକ ସଭାନେତ୍ରୀ ତୁଳସୀ ମହାନ୍ତ ଓ ବାଂଶପାଳ ବ୍ଲକ ସଭାନେତ୍ରୀ କନକ ଦେହୁରୀ ପ୍ରମୁଖ ଯୋଗଦେଇ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କୁ ପିଏଫ୍‌‌, ଇଏସ୍‌‌ଆଇ, ଜୀବନ ବୀମା, ଗ୍ରାଚ୍ୟୁଇଟି ଆଦି ସାମାଜିକ ସୁରକ୍ଷା ପ୍ରଦାନ ସହ ସମସ୍ତ ବିଦ୍ୟାଳୟ ମାନଙ୍କରେ ବାଧ୍ୟତାମୂଳକ ଭାବେ ପ୍ରାଥମିକ ଚିକିତ୍ସା ବାକ୍ସ ପ୍ରଦାନ ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ। ଉପରୋକ୍ତ ମର୍ମରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କୁ ଭେଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories