www.samajalive.in
Sunday, December 14, 2025
23.1 C
Bhubaneswar

ସମାଜ ମଙ୍ଗଳ ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ଅଧିକାରୀଗଣ ଏହି ଶିବିରରେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର ସଫଳ ରୂପାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ରଶ୍ମୀତା ଦଳେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପ୍ରାଧିକରଣ ସଚିବ ମାମୀ ବେହେରା ଉଦ୍‌‌ଘାଟନ କରିବା ଅବସରରେ ପ୍ରାଧିକରଣ ମାଧ୍ୟମରେ କାର୍ଯ୍ୟକାରୀ ଯୋଜନା ମାଗଣା ଆଇନ ସେବା ପ୍ରଦାନ, ମଧ୍ୟସ୍ଥତା, ପୀଡିତା କ୍ଷତିପୂରଣ ପ୍ରଦାନ, ଜନ ଅଧିକାର ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ଉପସ୍ଥାପନ କରି ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଭତ୍ତା, ମୁଖ୍ୟମନ୍ତ୍ରୀ ରିଲିଫ୍‌‌ ପାଣ୍ଠି, ଶ୍ରମିକ କାର୍ଡ, ଅନ୍ତଃ ବିବାହ ପ୍ରୋତ୍ସାହନ, ଗ୍ରାମୀଣ ଆବାସ, ମୋ ଘର, ମମତା, ଶୂନ  ପ୍ରତିଶତରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଦିବ୍ୟାଙ୍ଗ ଥଇଥାନ ଓ ଭତ୍ତା ପ୍ରଦାନ, ଅନ୍ୱେଷା ଯୋଜନା ଆଦିର ସଠିକ୍‌‌ କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଟକୋ କୁଜୁର ଯୋଗଦେଇ ସୁରକ୍ଷା, ସମ୍ମାନ, ଶାନ୍ତି, ବ୍ୟକ୍ତିତ୍ୱର ବିକାଶ ଓ ଅଧିକାର ସାବ୍ୟସ୍ତ ସମ୍ପର୍କରେ ପୁଲିସର କାର୍ଯ୍ୟାବଳୀ ବର୍ଣ୍ଣନା କରି ପ୍ରାଥମିକ ତଦନ୍ତ ରିପୋର୍ଟ ଉପରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତଭାଷଣ ପ୍ରଦାନ ଅବସରରେ ଏହି ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶିବିରକୁ ପରିଚାଳନା କରିଥିଲେ। ସଦର ବ୍ଲକ ପଞ୍ଚାୟତ ଅଧିକାରୀ ସଞ୍ଜୟ କୁମାର ମହାନ୍ତ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ୱପ୍ନେଶ୍ୱର ନାୟକ ଉଦ୍‌‌ବୋଧନ ଦେଇ ବ୍ଲକ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଜନସାଧାରଣ ଏହାର ସୁଫଳ ନେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories