ତିଗିରିଆ : ତିଗିରିଆ ବ୍ଳକ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା କୁମ୍ଭିପୁଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ଔଷଧ ବିତରଣ କରାଯିବା ସହିତ ଏହାର ସେବନ ଶୈଳୀ ଏବଂ ଶରୀରରେ କୃମି ନହେବା ପାଇଁ ବିଭିନ୍ନ ଉପାୟ ଓ ପ୍ରତିକାର ସଂପର୍କରେ ସଚେତନ କରାଯାଇଥିଲା। ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସ୍ଵାସ୍ଥ୍ୟ ଅଧିକାରୀ ବିଦ୍ୟୁତପ୍ରଭା ନନ୍ଦ, ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ବାରିକ୍, ସିଆରସିସି ଚନ୍ଦ୍ରକାନ୍ତ ମିଶ୍ର, ଗୋଷ୍ଠୀ ବିତ୍ତ ପରିଚାଳକ ପ୍ରଦୀପ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇଥିବା ବେଳେ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରଶ୍ମିରଞ୍ଜନ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ବ୍ଳକର ସମସ୍ତ ବିଦ୍ୟାଳୟରେ କୃମି ନାଶକ ଔଷଧ ବିତରଣ ସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



