ମୋହନା ଦମକଳ କେନ୍ଦ୍ରରେ ସମ୍ବିଧାନ ଦିବସ ପାଳନ

ମୋହନା : ଗଜପତି ଜିଲ୍ଲା ମୋହନା ସ୍ଥିତ ଦମକଳ କେନ୍ଦ୍ରରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି। ରାଜ୍ୟ ଅଗ୍ନିଶମ ନିର୍ଦେଶକଙ୍କ ନିର୍ଦେଶ ପ୍ରକାରେ ୧୦ଟି ନିୟମାବଳୀକୁ ପାଳନ କରିବା ପାଇଁ କର୍ମଚାରୀମାନେ ଶପଥ ପାଠ ଗ୍ରହଣ କରିଥିଲେ। ମୋହନା, ମୁଖ୍ୟ ଆଗ୍ନୀକ ଅଧିକାରୀ ତାରାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ କର୍ମଚାରୀମାନେ ମୁଁ ସମ୍ବିଧାନକୁ ମାନି ଚଳିବି, ସମ୍ବିଧାନକୁ ସମ୍ମାନ ଦେବୀ, ସମ୍ବିଧାନର ନିୟମାବଳୀ ମାନିବି, ଦେଶକୁ ରକ୍ଷା କରିବ. ଧର୍ମଗତ, ଭାଷାଗତ ଓ ଆଚଂଳିକ ଭେଦଭାବରୁ ଉଦ୍ଦ୍ୱର୍ରେ ରହିବି, ସଂସ୍କୃତିର ଗୌରବଶାଳୀ ପରମ୍ପରାର ମହତ୍ୱ ବୁଝିବି, ପ୍ରାକୃତିକ ଜୀବଜନ୍ତୁ, ହ୍ରଦ, ନଦୀ, ବନକୁ ରକ୍ଷା କରିବି, ବୈଜ୍ଞାନିକ ଦୃଷ୍ଟି କୋଣ ମାନବଭାବ ତଥା ଜ୍ଞାନ ଅର୍ଜନ ଓ ସଂସ୍କାରର ଭାବନାର ବିକାଶ କରିବି, ସର୍ବସାଧାରଣ ସମ୍ପତିକୁ ସୁରକ୍ଷିତ ରଖିବି ଓ ହିଂସା ତ୍ୟାଗ କରିବି, ଉପଲବ୍ଧିର ମାନବୃଦ୍ଧି କରିବାରେ ଅବିରତ ଆଗେଇ ଚାଲିବି, ପିତାମାତା ଓ ଅଭିଭାବକଭାବରେ ୬ ବର୍ଷରୁ ୧୪ ବର୍ଷ ପର୍ୟନ୍ତ ପିଲାମାନଙ୍କୁ ପାଠ ପଢିବାର ସୁଯୋଗ ଦେବି। ଆଦି ୧୧ଟି ନିୟମାବଳୀ ଉପରେ ଅଗ୍ନିଶମ ବିଭାଗର ୧୦ ଜଣ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ।

kalyan agarbati

Comments are closed.