www.samajalive.in
Tuesday, December 9, 2025
15.1 C
Bhubaneswar

୭ ଲକ୍ଷ ଗୃହ ନିର୍ମାଣ ଏବଂ ଦୈନିକ ୧୫ ଲକ୍ଷ ଶ୍ରମ-ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

ଚଳିତ ବର୍ଷ ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ଅଗ୍ରଗତି
ପ୍ରତି ଗ୍ରାମରେ ଅନ୍ୟୂନ ୫ ରୁ ୬ ଟି ନିଯୁକ୍ତି ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର: ବିଶ୍ୱ ମହାମାରୀ କୋଭିଡ଼୍ ନିମନ୍ତେ ଲାଗୁ କରାଯାଇଥିବା ସଟଡ଼ାଉନ୍ ଓ ଲକଡ଼ାଉନ୍ ସମ୍ବନ୍ଧିତ ଅସୁବିଧା ସତ୍ତେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡ଼ିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଚଳିତ ବର୍ଷ ଶେଷସୁଦ୍ଧା ୭ ଲକ୍ଷ ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ ଆର୍ଥିକ ବର୍ଷରେ ୫ ଅଗଷ୍ଟ ସୁଦ୍ଧା ୧ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ୪୪,୦୦୦ ଗୃହ ସଂପୂର୍ଣ୍ଣ ହୋଇଥିଲା ।   ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶେଷ ସହ ନିର୍ମାଣର ଗୁଣାତ୍ମକମାନ ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଗ୍ରାମ ସଭା ମାଧ୍ୟମରେ ତିଆରି ହୋଇଥିବା ପକ୍କାଘର ପାଇଁ ’ୱେଟିଂ ଲିଷ୍ଟ’ ରେ ପ୍ରାୟ ୫୭,୦୦୦ ଭୂମିହୀନ ପରିବାର ଅଛନ୍ତି ବୋଲି ସମୀକ୍ଷାରୁ ଜଣା ପଡିଥିଲା । ଏମାନଙ୍କୁ ତୁରନ୍ତ ଘରବାଡି ଯୋଗାଇଦେଇ ପକ୍କାଘର ମଂଜୁର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରଚଳିତ ରାଜସ୍ୱ ବିଭାଗ ନିୟମ ଅନୁସାରେ ଜମି ଯୋଗାଯାଇ ପାରୁନଥିବା ପରିବାରମାନଙ୍କ ବିବରଣୀ ସରକାରଙ୍କ ନିକଟକୁ ତୁରନ୍ତ ପଠାଇବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ, ଯେପରିକି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ।

- Advertisement -

 ବର୍ଷା ଋତୁରେ ଅଧିକ ଶ୍ରମ-ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଛି । ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ହାରାହାରି ଦୈନିକ ୮.୫ ଲକ୍ଷ ଶ୍ରମ-ଦିବସ ସୃଷ୍ଟି କରାଯାଇ ପାରୁଛି । ଏହାକୁ ମାସ ଶେଷ ସୁଦ୍ଧା ୧୫ ଲକ୍ଷ ଶ୍ରମ- ଦିବସକୁ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେଥିରୁ ୫ ଲକ୍ଷ ଶ୍ରମ-ଦିବସ ବିଭିନ୍ନ ବିଭାଗ ଏବଂ ୧୦ ଲକ୍ଷ ଶ୍ରମ-ଦିବସ ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସୃଷ୍ଟି କରାଯିବ ।

ବର୍ଷା ଋତୁରେ ଗୋ ଖାଦ୍ୟ ପାଇଁ ଘାସ ଚାଷ, ଟ୍ରେଞ୍ଚ୍ ନିର୍ମାଣ, ଆଡ଼ି ବନ୍ଧ ନିର୍ମାଣ, ପୃଷ୍ଟି ବଗିଚା ସୃଷ୍ଟି, ବୃକ୍ଷ ରୋପଣ, ପାନ ବରଜ ନିର୍ମାଣ, ଉଦ୍ୟାନ ଚାଷ, ମୁର୍ତ୍ତିକା ସଂରକ୍ଷଣ ଆଦି ପ୍ରକଳ୍ପ କାର୍ୟ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଗ୍ରାମ ପାଇଁ ଅନୁନ୍ୟ ୫ ରୁ ୬ ଟି ଶ୍ରମ ନିଯୁକ୍ତି ଭିତ୍ତିକ ପ୍ରକଳ୍ପ ମଂଜୁର କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ  ପରାମର୍ଶ ଦେଇଛନ୍ତି । ବୈଠକରେ  ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପଂଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ  ଦେଓ ରଂଜନ କୁମାର ସିଂ, ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମିଶନ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍, ପାନୀୟ ଜଳ ନିର୍ଦ୍ଦେଶକ  ବି.ପରମେଶ୍ୱରନ୍, ପଂଚାୟତି ରାଜ ନିର୍ଦ୍ଦେଶକ  ଉମାକାନ୍ତ ତ୍ରିପାଠୀ ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories