ସଂଧ୍ୟା ୬ଟା ମୁଖ୍ୟ ଖବର

(୧) କାମାକ୍ଷାନଗରରେ ବଡ଼ ଧରଣର ବିସ୍ଫୋରଣ… ଦୀପାବଳିରେ ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବାଣ ଫୁଟି ୪ ଗୁରୁତର… ସମସ୍ତ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର… ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ… ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ଜଣେ ନାବାଳକ ଓ ଜଣେ ନାବାଳିକା…

(୨) ଇଡି ଜାଲରେ ଫଶିବ କି ବ୍ଲାକମେଲର କ୍ୱିନ୍‌… ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ… ଡିସିପିଙ୍କୁ ଏନେଇ ଏଫଆଇଆର କପି ମାଗିଲା ଇଡି… ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆର୍ଥିକ କାରବାରର ହୋଇପାରେ ଯାଞ୍ଚ… ଖୋଲିପାରେ ବଡ଼ବଡ଼ୁଆଙ୍କ ଅସଲ ମୁଖା…

(୩) ଦୀପାବଳିରେ ଫୁଟିଲା ଗୁଳି… ପିପିଲି ବଜାରରେ ଲାଗିଲା ରକ୍ତର ଛିଟା… ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର… ପୂର୍ବଶତ୍ରୁତା କାରଣରୁ ଗୁଳିମାଡ଼ ହୋଇଥିବା ସୂଚନା… ଘଟଣାସ୍ଥଳରେ ଲାଗି ରହିଛି ଚାପା ଉତ୍ତେଜନା… ଗୁରୁତର ଯୁବକଙ୍କୁ କରାଯାଇଛି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ପୋଖରୀରେ ଫସିଛି ଦନ୍ତାହାତୀ; ଦେଖନ୍ତୁ ଭିଡିଓ

(୪) ପରାଗ ପାଇଁ ଭକ୍ତଙ୍କୁ ମନା ଜଗା ଦୁଆର… ସୂର୍ଯ୍ୟ ପରାଗ ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ… ସର୍ବ ସାଧାରଣଙ୍କ ପାଇଁ ଆଜି ସଂଧ୍ୟା ୭ଟାରୁ ଶ୍ରୀମନ୍ଦିର ବନ୍ଦ… ଆସନ୍ତାକାଲି ସକାଳ ୫ଟା ଯାଏଁ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା…

(୫) କିଏ ହେବେ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?… ପ୍ରତିଦ୍ୱନ୍ଦିତାରୁ ଓହରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌… ଦଳର ଏକତା କାରଣରୁ ଜନସନ୍‌ ଓହରି ଥିବା ସୂଚନା… ପ୍ରଧାନମନ୍ତ୍ରୀ ଦୌଡର ଆଗରେ ରହିଛନ୍ତି ଋଷି ସନକ୍‌…

(୬) ଅସହାୟ ପକ୍ଷାଘାତ ରୋଗୀଙ୍କୁ ମିଳିଲା ସହାୟତାର ହାତ… ପୁଅର ମୃତ୍ୟୁ ପରେ ପଚାରୁ ନଥିଲା ବୋହୂ… ସ୍ଥାନୀୟ ସରପଞ୍ଚ ଓ ସମାଜସେବୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବୃଦ୍ଧା ଲାଇଲା ନାୟକ… ଜି ଉଦୟଗିରି ବ୍ଲକ କିରମାହା ଗାଁର ଘଟଣା…

ମାଙ୍କଡ଼ ମାରିଲା ଶକ୍ତ ଥାପଡ଼; ଦେଖନ୍ତୁ ଭିଡିଓ

Comments are closed.