nua o banner

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BSKY banner  750×100

ରାମ ମନ୍ଦିର ନିର୍ମାଣ ନାମରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଠକ.. ସତର୍କ ରହିବାକୁ କହିଲା ବିଶ୍ବ ହିନ୍ଦୁ ପରିଷଦ..

ତପ୍ତପାଣି ଘାଟିରେ ବସ୍‌ ଓଲଟି ୩୫ ଆହତ..

ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୪.. ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡର ଅକଲାଣ୍ଡ..

ରାଜ୍ୟ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ..

ତେହରିକ୍‌-ଏ-ହୁରିୟତ ସଂଗଠନକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର..

ନୂଆବର୍ଷରେ ରାତି ଗୋଟାଏରୁ ଜଗା ଦର୍ଶନ.. ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତି.. କେବଳ ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା..

ଭୁବନେଶ୍ବର ହାଇଟେକ ମେଡ଼ିକାଲରେ ବିସ୍ଫୋରଣ ଘଟଣା.. ଗୁରୁତର ୪ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ..

କେନ୍ଦୁଝର: ୨ ବାଇକ ଆରୋହୀଙ୍କୁ ଚାପି ଦେଲା ଟ୍ରକ.. ଗ୍ରାମାଞ୍ଚଳ ଥାନା ପାଣିଛତର ଛକରେ ଦୁର୍ଘଟଣା.. ମୃତକଙ୍କ ପରିଚୟ ଅସ୍ପଷ୍ଟ.. ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର..

ବାଲେଶ୍ବର: ଦୁର୍ବୁତ୍ତଙ୍କ ଛୁରାମାଡ଼ରେ ଯୁବକ ଗୁରୁତର.. ସହଦେବ ଖୁଣ୍ଟାଥାନା ତେଲଙ୍ଗା ସାହିରୁ ଫେରିବାବେଳେ ଛୁରାମାଡ଼.. ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି.. ଆକ୍ରମଣର କାରଣ ଅସ୍ପଷ୍ଟ..

ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି.. ଜଣେ ସୁସ୍ଥ ସୂଚନା..

ପରିବେଶ ମନ୍ତ୍ରଣାଳୟର ରିପୋର୍ଟ-ଏ ବର୍ଷ ଦେଶରେ ମରିଛନ୍ତି ୧୭୭ ବାଘ.. ମହାରାଷ୍ଟ୍ରରେ ସର୍ବାଧିକ ୪୫ ବାଘଙ୍କ ମୃତ୍ୟୁ..

ଭୁବନେଶ୍ବର ରେଲୱେଷ୍ଟେସନରେ ଅମୃତ ଭାରତ ଏକ୍ସପ୍ରେସକୁ ସ୍ବାଗତ.. ଅମୃତ ଭାରତ ଏକ୍ସପ୍ରେସକୁ ସ୍ବାଗତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ ଓ ସୁଲତା ଦେଓ.. ଗତକାଲି ‘ଅମୃତ ଭାରତ’ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଋଷ୍‌ର ବେଲଗୋରୋଡ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ.. ୟୁକ୍ରେନର ଆକ୍ରମଣରେ ୨ ଶିଶୁ ସମେତ ୧୮ ଋଷିୟ ନାଗରିକଙ୍କ ମୃତ୍ୟୁ.. ଋଷ୍‌ର ଘନ ଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନର ପ୍ରତିଆକ୍ରମଣ..

ଉତ୍କଳମଣିଙ୍କୁ ମରଣୋତ୍ତର ଭାରତରତ୍ନ ଦାବି.. ଗୋପବନ୍ଧୁ ଭବନରେ ପହଞ୍ଚିଲା ପଦଯାତ୍ରା..

ମହାରାଷ୍ଟ୍ରର ଏକ ଗ୍ଲୋଭ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ.. ୬ କର୍ମଚାରୀ ଜୀବନ୍ତ ଦଗ୍ଧ.. ଅନ୍ୟ କର୍ମଚାରୀ ସୁରକ୍ଷିତ ଉଦ୍ଧାର.. ଛତ୍ରପତି ସଂଭାଜିନଗରରେ ଥିବା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ.. ୧୫ରୁ ଅଧିକ ଶ୍ରମିକ ଶୋଇଥିବାବେଳେ ନିଆଁ ଲାଗିଥିଲା..

ନୂଆବର୍ଷ ପାଇଁ କମିଶନରେଟ ପୁଲିସର ଜୋରଦାର ଚେକିଂ.. ରାଜଧାନୀର ବିଭିନ୍ନ ଛକ, ବଜାରରେ ବ୍ଲକିଂ ଓ ଚେକିଂ.. କଳ୍ପନା ଛକ, ଝାରପଡ଼ା ଗୋଲେଇ ଛକ, ନନ୍ଦନକାନନ ରୋଡରେ ଚେକିଂ.. ଚେକିଂରେ ୩ ପ୍ଲାଟୁନ ଫୋର୍ସ ସହ ବିଭିନ୍ନ ଥାନାର ପୁଲିସ ସାମିଲ..

ପଶ୍ଚିମାଝଡ ପ୍ରଭାବରେ ନୂଆବର୍ଷରୁ ବର୍ଷା ସମ୍ଭାବନା.. ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ.. ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡକୁ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ..

Comments are closed.