www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରଦୀପ ଜେନା..

ହଟ୍ଟଗୋଳ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ.. ୧୦ ଯାଏ ଗୃହ ମୁଲତବି..

- Advertisement -

ନବ ଦାସ ହତ୍ୟା ମାମଲା.. ଗୋପାଳର ମାନସିକ ସ୍ଥିତି ଯାଞ୍ଚ.. ଅତିରିକ୍ତ ଜିଲା ଜଜ୍ କୋର୍ଟରେ ଶୁଣାଣି ଶେଷ.. ରାୟ ସଂରକ୍ଷିତ.. ଗୋପାଳର ମାନସିକ ସ୍ଥିତି ଠିକ ଥିବା କହିଛି ସ୍ବତନ୍ତ୍ର ମେଡିକାଲ ବୋର୍ଡ..

ରାଜ୍ୟର କୌଣସି ସଂଗ୍ରହାଳୟର ଟିକେଟ ୧୦ ଟଙ୍କାରୁ ଅଧିକ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା..

ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୁଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

ଗ୍ରୀସରେ ବଡ ଧରଣର ଟ୍ରେନ ଦୁର୍ଘଟଣା.. ଦୁଇଟି ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇ ଏଯାଏଁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ପ୍ରାୟ ୮୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି.. ଗ୍ରୀକ ସହର ଥେସାଲୋନିକି ଓ ଲାରିସା ମଧ୍ୟରେ ଘଟଛି ଏହି ଦୁର୍ଘଟଣା..

ହାଣ୍ଡିଶାଳରେ ମହଙ୍ଗାମାଡ.. ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି.. ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି..

ଭିସୁଟ୍‌‌ ଛାତ୍ରୀଙ୍କ ମୃତଦେହ ଉଦ୍ଧାର .. ଦୀର୍ଘ ୧୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ.. ଗତକାଲି ପାୱାର ଚ୍ୟାନେଲରୁ ଡେଇଁ ପଡିଥିଲେ ବୁର୍ଲା ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନି ସାହୁ ..

ଗାଁରେ ବୁଲଛି ବାଘ.. ଲୋକେ ଆତଙ୍କିତ.. ବଡଗାଁ ରେଞ୍ଜ ଗେଲେବାହାଲରେ କଲରାପତରିଆ ବାଘ.. ଗାଁ ଲୋକେ ଘଉଡାଇବାରୁ ବାଘ ନିକଟ ଅଞ୍ଚଳରେ ଲୁଚିଛି.. ଉପସ୍ଥିତ ଅଛନ୍ତି ବନ କର୍ମଚାରୀ..

ଆଜିଠୁ ଆରମ୍ଭ ହୋଇଛି +୨ ପରୀକ୍ଷା.. ରାଜ୍ୟର ୧୧ଶହ ୪୫ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ..

ପୁଣି ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନ ଅକ୍ତିଆର କଲେ ଟ୍ୱିଟର ଓ ଟେସଲା ମାଲିକ ଏଲନ ମସ୍କ..

ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ପୁଲିସ ସହ ଧସ୍ତାଧସ୍ତି ଅଭିଯୋଗରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ବିଜେପି କର୍ମୀ ଗିରଫ..

ସୋସିଆଲ୍‌‌ ମିଡିଆରେ +୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ.. ଭାଇରାଲ୍‌‌ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା.. ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା.. ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ.. କୌଣସି ସତ୍ୟତା ନାହିଁ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories