ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା.. ୩ ହାଜର୨୯ଟି ସେଣ୍ଟରରେ ପରୀକ୍ଷା ଦେବେ ୫ ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ..

ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା.. ବ୍ଲାକମେଲିଂ, ହନିଟ୍ରାପ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି..

ଟିଟିଲାଗଡ଼ ଜିଲା ଦାବିକୁ ନେଇ ବିଶାଳ ଶୋଭାଯାତ୍ରା.. ପୁଲିସ ସହ ଧସ୍ତାଧସ୍ତି..

ଏଏସ୍ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି କରିଛନ୍ତି ସାମ୍ବାଦିକ ସମ୍ମିଳନୀ.. ଆଜି ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ  ରଖିଛନ୍ତି ସ୍ପଷ୍ଟୀକରଣ.. ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି ବୋଲି ସେ କହିଛନ୍ତି..

prayash

ପୁରୀ ଗୁଣ୍ଡିଚା ମନ୍ଦିରରେ ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେଓ.. ମରାମତି କାମର ସ୍ଥିତି ଅନୁଧ୍ୟାନ ପରେ ଗଜପତିଙ୍କ ପ୍ରତିକ୍ରିୟା.. ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ଭିତରେ ସରିବ ମରାମତି କାମ..

ଉପନିର୍ବାଚନ ପାଇଁ ପଦ୍ମପୁରରେ ଲାଗୁଛି ନେତାଙ୍କ ଭିଡ… ପ୍ରଚାରରେ କମ୍ପୁଛି ସାରା ନିର୍ବାଚନମଣ୍ଡଳି… ମୈଦାନରେ ପ୍ରାର୍ଥୀଙ୍କ କଡ଼ା କସରତ… ବିଜେଡି ବିଜେପି ମଧ୍ୟରେ ଚାଲିଛି ​ ଟକ୍କର… ପଛରେ ପଡ଼ିନି କଂଗ୍ରେସ… ଭୋଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳର ଜୋରଦାର ପ୍ରୟାସ…

ଯାଜପୁର କୋରେଇରେ ମାଲଗାଡ଼ି ମାଡ଼ିଯିବା ଘଟଣା… ସ୍ୱାଭାବିକ ହେଲା ରେଳ ଚଳାଚଳ… ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍‌… ଅପ୍‌ ଏବଂ ଡାଉନ୍‌ ଉଭୟ ଲାଇନରେ ଚଳାଚଳ କରୁଛି ରେଳ… ଗତକାଲି ଯାତ୍ରୀ ବିଶ୍ରାମଗାରାକୁ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ହୋଇଥିଲା ୩ଜଣଙ୍କ ମୃତ୍ୟୁ… ଭାଙ୍ଗିଥିଲା ଷ୍ଟେସନ…

ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା… ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦେଶାଳୟ… ଅର୍ଚ୍ଚନାଙ୍କ ବ୍ୟବସାୟ ପାର୍ଟନର ଖଗେଶ୍ୱରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ଇଡି… ଘଟଣାକୁ ନେଇ କରିବ ଆହୁରି ଖୋଳତାଡ଼… ସେପଟେ ନାଗଙ୍କ ସହ ଅର୍ଥ କାରବାର କରିବାକୁ ନେଇ ୧୫ଜଣଙ୍କୁ ଇଡି ସମନ କରିଥିବା ସୂଚନା…

kalyan agarbati

Comments are closed.