ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା..

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବଡ଼ ବିଜୟ.. ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬୫ରନରେ ହରାଇଲା ଭାରତ..

ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି.. ଅଭିନେତ୍ରୀ ଏନ୍ଦ୍ରିଲା ଶର୍ମାଙ୍କ ପରଲୋକ ଘଟିଛି.. ବ୍ରେନ ଷ୍ଟ୍ରୋକରେ ୨୪ ବର୍ଷୀୟା ଏନ୍ଦ୍ରିଲା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି..

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ବରୁଇପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ମୃତଦେହ ମିଳିଛି.. ନୌସେନା ଅଧିକାରୀଙ୍କ ପୁଅ ପିତାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ.. ତଦନ୍ତରୁ ଜଣାପଡ଼ିଛି ଯେ, ପୁଅ ତା’ ମାଆ ସହିତ ମିଶି ବାପାଙ୍କୁ ହତ୍ୟା କରିଛି.. ଏହାପରେ ମୃତଦେହକୁ ଏକ କରତରେ କାଟି ପାଞ୍ଚ ଖଣ୍ଡ କରି ଫିଙ୍ଗି ଦେଇଥିଲେ..

ବିଶିଷ୍ଟ କାହାଣୀକାର ଓ ସଂଳାପକାର ନନ୍ଦଲାଲ ମହାପାତ୍ରଙ୍କ ପରଲୋକ ଘଟିଛି.. ରବିବାର ୭୫ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି..

prayash

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ ହେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନା​‌ରେ ଏତଲା ଦିଆଯାଇଛି.. ଭିଡିଓ ଓ ଫଟୋ ଭାଇରାଲ କରିଥିବା ୟୁଟ୍ୟୁବର ଯୁବକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ସୁରକ୍ଷା ପ୍ରଶାସକ..

ଫିଫା ବିଶ୍ୱକପ୍‌‌ ୨୦୨୨.. ଉଦ୍‌‌ଘାଟନୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି..

ଧୀରେଧୀରେ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର… ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ମିଳିଲା ଲେଡି ବ୍ଲାକମେଲରଙ୍କ ‘ଏଣ୍ଡେଭର’ କାର୍‌… ପରିତ୍ୟକ୍ତ ଅବସ୍ଥାନରେ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ… ଘଟଣାକୁ ନେଇ ଚାଲିଛି ତଦନ୍ତ… ଆଗକୁ ଆହୁରି ଅନେକ ଖୁଲାସା କରିପାରେ ଇଡି…

ଆଜିଠାରୁ ଆରମ୍ଭ ହେବ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ… ଅଲ୍‌ ଖୋର୍‌ରେ ମୁହାଁମୁହିଁ ହେବେ କାତାର-ଇକ୍ୱେଡର… ରାତି ୯.୩୦ରେ ଖେଳାଯିବ ମ୍ୟାଚ୍‌… କାର୍ତ୍ତାରରେ ୩୨ଟି ଦଳକୁ ନେଇ ଅନୁଷ୍ଠିତ ହେବ ମହାସମର… ୪ ସପ୍ତାହ ଧରି ୫ଟି ସହରରେ ହେବ ମ୍ୟାଚ୍‌…  ୮ଟି ଷ୍ଟାଡିୟମରେ ୬୪ଟି ମ୍ୟାଚର ବ୍ୟବସ୍ଥା… ଡିସେମ୍ବର ୧୮ରେ ହେବ ଫାଇନାଲ ଟକ୍କର…

ବଢ଼ିଲା ଇଞ୍ଜିନିୟରିଂ ନାମଲେଖା ଅବଧି… ଉଭୟ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ… ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର… ଏବେବି ଇଞ୍ଜିନିୟରିଂ କଲେଜରେ ୬୦.୩୭ ପ୍ରତିଶତ ସ୍ଥାନ ଖାଲି ରହିଥିବା ସୂଚନା…

କିଏ ଜିତିବ ପଦ୍ମପୁର ବାଜି ?… ମୈଦାନରେ ୩ଦଳର ଜୋରଦାର ପ୍ରଚାର… ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ସମସ୍ତ ପ୍ରାର୍ଥୀ… ବିଜେଡି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି ଷ୍ଟାର ପ୍ରଚାରକ ତାଲିକା… ବିଜେପିର ନବାଗତ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ମୈଦାନଙ୍କୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ… ବିଜେଡି ମଧ୍ୟ ବରିଷ୍ଠ ନେତାଙ୍କ ସହ ଷ୍ଟାର ପ୍ରଚାରକ ତାଲିକାରେ ମନ୍ତ୍ରୀଙ୍କୁ କରିଛି ସାମିଲ…

kalyan agarbati

Comments are closed.