www.samajalive.in
Wednesday, November 19, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଜାତିସଂଘ ଚେତାବନୀ ଦେଇଛି.. ଜାତିସଙ୍ଘ କହିଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସମ୍ବଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡିକ ପାଇଁ ଏହି ଜନସଂଖ୍ୟା ବୃଦ୍ଧି ଅଧିକ କଷ୍ଟଦାୟକ ହେବ.. ଆକଳନ ଅନୁଯାୟୀ, ୨୦୮୦ ସୁଦ୍ଧା ଆହୁରି ୨୪୦ କୋଟି ଲୋକ ଏହି ସଂଖ୍ୟା ସହ ସାମିଲ ହେଲେ ଖାଦ୍ୟ, ଜଳ, ବ୍ୟାଟେରୀ, ଓ ପେଟ୍ରୋଲ ଆବଶ୍ୟକତା ପଡିବ..

୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ..

- Advertisement -

ଆଫଗାନିସ୍ତାନ ପାଇଁ ସତର୍କ ଘଣ୍ଟି! ସାରା ଦେଶରେ ଇସ୍‌ଲାମୀୟ ଆଇନ ଲାଗୁ କଲା ତାଲିବାନ..

ଚାଷୀଙ୍କ ପାଇଁ ଇନପୁଟ୍‍ ସବସିଡି ଘୋଷଣା କରିଛନ୍ତି ରାଜ୍ୟ ସରକାର.. ମରୁଡି ପ୍ରବଣ ଅଞ୍ଚଳରେ ଇନ୍‍ପୁଟ୍‍ ସବସିଡି ଘୋଷଣା କରାଯାଇଥିବା ବେଳେ ଏଥିପାଇଁ ରାଜକୋଷରୁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ..

ଆଉ ଗୋଟିଏ ଦିନ ବଢିଲା ଐତିହାସିକ କଟକ ବାଲିଯାତ୍ରା.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହେଲା ବାଲିଯାତ୍ରା.. ଏନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପକ୍ଷରୁ ସୂଚନା ମିଳିଛି.. ବୁଧବାର ବାଲିଯାତ୍ରା ଶେଷ ହେବାକୁ ଥିବା ବେଳେ ଗୁରୁବାର ବାଲିଯାତ୍ରା ସରିବ..

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଉପହାର.. କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୂର୍ବରୁ ବୃଦ୍ଧି କରାଯାଇଥିବା ବେଳେ ଏବେ କେନ୍ଦ୍ର ସରକାର କର୍ମଚାରୀଙ୍କ ଟିଏ(ଟ୍ରାଭେଲ୍‍ ଆଲାଉନ୍ସ)ରେ ବୃଦ୍ଧି କରାଯାଇଛି.. ଅର୍ଥାତ୍‍ ଏବେ କର୍ମଚାରୀଙ୍କ ବ୍ୟାଙ୍କ ଖାତାରେ ପୁଣି ଟଙ୍କା ବଢିବ..

ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ପିତା କୃଷ୍ଣା ଘଟ୍ଟାମନେନୀଙ୍କର ପରଲୋକ ଘଟିଛି.. ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ୭୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି.. କୃଷ୍ଣା ଘଟ୍ଟାମନେନୀ ଜଣେ ଜଣାଶୁଣା ତେଲୁଗୁ ସୁପରଷ୍ଟାର ଥିଲେ.. ଚଳଚ୍ଚିତ୍ର ଶିଳ୍ପରେ କୃଷ୍ଣା ଘଟ୍ଟାମନେନୀଙ୍କ ଅବଦାନ ସ୍ମରଣୀୟ.. ସେ ଏକାଧାରରେ ଜଣେ ଅଭିନେତା, ପ୍ରଯୋଜକ, ନିର୍ଦେଶକ ସହ ଜଣେ ରାଜନେତା ମଧ୍ୟ ଥିଲେ..

ମିଜୋରାମର ହନଠିଆଲ ଜିଲ୍ଲାରେ ବଡ଼ ଧରଣର ଅଘଟଣ ଘଟିଛି.. ପଥର ଖାଦାନ ଧସିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିବା ଜଣାପଡ଼ିଛି.. ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ସମସ୍ତ ଉଦ୍ଧାର ୮ଜଣଙ୍କ ମୃତ୍ୟୁ ହୋଇଛି.. ଏବେ ବି ୪ଜଣ ନିଖୋଜ ରହିଛନ୍ତି..

ଆମେରିକାରେ ପୁଣି ଫୁଟିଲା ଗୁଳି… ୟୁନିଭର୍ସିଟି ଅଫ୍‌ ଭିର୍ଜିନିଆରେ ଗୁଳିକାଣ୍ଡ… ୩ଜଣଙ୍କ ମୃତ୍ୟୁ ସୂଚନା… ଘଟଣାସ୍ଥଳରୁ ଆକ୍ରମଣକାରୀଙ୍କୁ ଗିରଫ କରିଛି ପୁଲିସ… ଗୁଳିକାଣ୍ଡର କାରଣ ଅସ୍ପଷ୍ଟ… କିଛି ଲୋକ ମଧ୍ୟ ଆହତ ହୋଇଥିବା ସୂଚନା..

ପାରାଦୀପର ମଝି ସମୁଦ୍ରରେ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ… ସମରାଭ୍ୟାସରେ ୪ଟି ରାଜ୍ୟର ନୌସେନା, ପୁଲିସ, କଷ୍ଟମ ଓ ମତ୍ସ୍ୟ ବିଭାଗ ସାମିଲ… ଜଳପଥରେ ଶତ୍ରୁକୁ ପ୍ରବେଶ କରାଇନଦେବାକୁ ୨ ଦିନ  କରାଯିବ ଅଭ୍ୟାସ… ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ଓ ପଶ୍ଚିମବଙ୍ଗ ପକ୍ଷରୁ କରାଯାଉଛି ‘ସି ଭିଜିଲ’…

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇପାରେ ବଡ଼ ନିଷ୍ପତ୍ତି… ଏଣିକି ସ୍କୁଲରେ ମିଳିବ ଜେଇଇ-ନିଟ୍‌ କୋଚିଂ… ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସ୍କୁଲରେ କୋଚିଂ ଦେବାକୁ ଯୋଜନା… ହାଇସ୍କୁଲ କ୍ୟାମ୍ପସକୁ ଜୁନିୟର କଲେଜ ଆସିବା ପରେ ବିଭାଗର ପଦକ୍ଷେପ…

କାହାର ହେବ ପଦ୍ମପୁର ଆସନ ?… ଏବେଠୁ ଆରମ୍ଭ ହେଲାଣି ୩ ଦଳଙ୍କ ମଧ୍ୟରେ ଅଙ୍କକଷା… ସମସ୍ତ ଦଳର ପ୍ରାର୍ଥୀ ଘୋଷଣା ପରେ ଜୋର ଧରିଲାଣି ପ୍ରଚାର… ବିଜେଡିର ବର୍ଷା ସିଂ ବରିହା ଓ ବିଜେପିର ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର… ସତ୍ୟଭୂଷଣ ସାହୁଙ୍କ ମୈଦାନକୁ ଓହ୍ଲାଇଛି କଂଗ୍ରେସ…

ଦିଲ୍ଲୀରେ ପ୍ରେମିକ ପ୍ରେମିକାକୁ ନୃଶଂସ ଭାବେ ହତ୍ୟା କରିବା ଘଟଣା… ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଜାତୀୟ ମହିଳା କମିଶନ… କହିଲେ, ଅଭିଯୁକ୍ତ ବିରୋଧରେ ହେଉ କଡ଼ା କାର୍ଯ୍ୟାନୁଷ୍ଠାନ… ଦିଲ୍ଲୀ ପୁଲିସକୁ ରିପୋର୍ଟ ତଲବ… ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ମାରି ୩୫ ଖଣ୍ଡ କରିଥିଲା ପ୍ରେମିକ…

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories