www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅତିକର ଓକିଲ ରହୁଥିବା ଘର ପାଖରେ ପିଙ୍ଗାଗଲା ବୋମା.. ଉତ୍ତରପ୍ରଦେଶର ପ୍ରୟାଗରାଜର କଟରା ଗୋବର ଗଳିରେ ଏକ ଦେଶୀ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି.. ଏହି ଗଳିରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ଓକିଲ ବିଜୟ ମିଶ୍ରା ରହୁଥିବା କୁହାଯାଉଛି..

ରାଜଧାନୀରେ ହେବ ତିନୋଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି.. ମଞ୍ଚେଶ୍ୱର, ତମାଣ୍ଡୋ ଏବଂ ପାହାଳରେ ଏହି ତିନୋଟି ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ..

- Advertisement -

ଆସନ୍ତା ଦୁଇ ଦିନ ସାରା ଓଡ଼ିଶାରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ.. ରାଜ୍ୟର ୮ଟି ଜିଲ୍ଲାରେ ହିଟ୍‌ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି.. ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ଓ୍ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି..

୨୧ ତାରିଖ ପରେ ପାଗ ସାମାନ୍ୟ ପରିବର୍ତ୍ତନ ହୋଇପାରେ..

ରାଜ୍ୟରେ ମଙ୍ଗଳବାରରେ ଝାରସୁଗୁଡାରେ ଦିନ ଦୁଇଟା ସୁଦ୍ଧା ସର୍ବାଧିକ ୪୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ଓ ଭୁବନେଶ୍ୱରରେ ୪୨.୨ ଡିଗ୍ରୀ , ହୀରାକୁଦରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି..

ବୁଧବାର ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ଓ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର.. ବରଗଡ଼ ଜିଲା ଭେଡେନ ଥାନା ଆଖିଫୁଟା ଗାଁରେ ଅଭାବନୀୟ ଘଟଣା..

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ…

ଆଠଗଡରେ ପରୀକ୍ଷା ଦେବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ଖସିଲା ଫ୍ୟାନ..

ସମ୍ବଲପୁର ଯାଉଥିବା ବିଜେପି ନେତା ଥାନାରେ ଅଟକ.. କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଭାପତି ମନମୋହନ ସାମଲ, ବିଧାୟକ ନାଉରୀ ନାଏକ, କୁସୁମ ଟେଟେ ଓ ଶଙ୍କର ଓରାମ ସମ୍ବଲପୁର ଯାଉଥିବା ବେଳେ ଥାନାରେ ଅଟକ..

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଂଜନ ହତ୍ୟା ମାମଲାର ପୁଣି ବିଚାର ହେବ.. ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ..

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories