ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତା ୧୬ତାରିଖରେ ରାଜ୍ୟରେ ବ​‌ର୍ଷା​ ସମ୍ଭାବନା.. ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ଯୋଗୁଁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌‌କୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି.. ଏହି ଟ୍ରେନ୍‌‌ ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେସନ ମଧ୍ୟରେ ଚଳାଚଳ କରିବ..

ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର ତାପମାତ୍ରା.. ଝାରସୁଗୁଡା ୪୨.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର..

ସମ୍ବଲପୁର ୪୧.୮, ହୀରାକୁଦ ୪୦.୪, ଚାନ୍ଦବାଲି ୩୯.୬ ଡିଗ୍ରୀ, ଭୁବନେଶ୍ୱର ୩୯.୪,କେନ୍ଦୁଝର ୩୮, ବାଲେଶ୍ୱର ୩୭.୨ ଡିଗ୍ରୀ..

ଏ ବର୍ଷ ପାୱାର କଟ୍‌‌ ହେବନି କହିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ.. ଗ୍ରାମାଞ୍ଚଳରେ ମଧ୍ୟ ବିଜୁଳି କାଟ୍‌‌ ହେଉନି.. ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ଯାଉଥିବ.. ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି କହିଲେ ଶକ୍ତି ମନ୍ତ୍ରୀ..

prayash

ଦେଶରେ ୨୪ ଘଣ୍ଟାରେ ୭,୮୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି.. ୨୨୩ ଦିନ ପରେ ଏହା ସବୁଠାରୁ ଅଧିକ ମାମଲା..

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆଠାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଶ୍ରମିକ ଅଶାନ୍ତି ଓ ଉତ୍ତେଜନା .. ୧୪୪ ଧାରା ଜାରି .. ମଙ୍ଗଳବାର ଦୁଇ କର୍ମଚାରୀ ନିଆଁରେ ପୋଡିଯାଇ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି.. ଏହାକୁ ନେଇ ଫେକରରେ ଶ୍ରମିକ ଅଶାନ୍ତି ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି..

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ପରଲୋକ ..୯୯ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି..

ଆଇପିଏଲ କ୍ରିକେଟ.. ଆଜି ଚେନ୍ନଇ ବନାମ ରାଜସ୍ଥାନ.. ବିଜୟ ଲକ୍ଷ୍ୟରେ ଦୁଇ ଦଳ..

ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡ ଘଟିଛି.. ଏହି ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି..

Comments are closed.