www.samajalive.in
Sunday, December 14, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ.. ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଲା ବେଳେ ନାକା ଗେଟ ନିକଟରେ ଧରିଲା ଭିଜିଲାନ୍ସ.. ପରେ ଭିଜିଲାନ୍ସ ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି..

କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଡାକ୍ତରୀ ସିଟ୍‌କୁ ଅନୁମୋଦନ.. ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ପାଇଁ ଜାତୀୟ ମେଡିକାଲ ଆୟୋ​ଗଙ୍କ ଅନୁମୋଦନ..

- Advertisement -

ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ୍ ସେବା ଆରମ୍ଭ..

ସଂସଦର ବଜେଟ ଅଧିବେଶନ ଶେଷ.. ଉଭୟ ସଦନ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ..

କଟକରୁ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ.. ତ୍ରିଶୁଳିଆ ନିକଟ ଫକିରପଡା ଆଇସିଆଇସିଆଇ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରି ବିଫଳ ହୋଇଛନ୍ତି ଦୁର୍ବୃତ୍ତ.. ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କିଛି ସମୟ ବ୍ୟାଙ୍କ ଭିତରେ ଆତଙ୍କ ଖେଳାଇଥିଲେ.. ବ୍ୟାଙ୍କ ସାଇରନ ବାଜିବାରୁ ଘଟଣାସ୍ଥଳରୁ ଫେରାର..

ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ..

ଜାତିସଂଘ ପରିସଂଖ୍ୟାନ ଆୟୋଗ ନିର୍ବାଚନରେ ଚୀନକୁ ହରାଇ ସର୍ବାଧିକ ଭୋଟ୍‌‌ ସହ ଜିତିଲା ଭାରତ..

ଧୋନି, ଯୁବରାଜ ଓ ସୁରେଶ ରୈନା ଏମସିସିର ଆଜୀବନ ସଦସ୍ୟ ଭାବେ ମନୋନୀତ.. ମିତାଲୀ ରାଜ୍‌‌ ଓ ଝୁଲଣ ଗୋସ୍ୱାମୀ ମଧ୍ୟ ମେଲବୋର୍ଣ୍ଣ କ୍ରିକେଟ କ୍ଲବର ସଦସ୍ୟ ଭାବେ ମନୋନୀତ..

ବିଜେପି ପାଳନ କରୁଛି ୪୪ତମ ପ୍ରତିଷ୍ଠା ଦିବସ.. ସାମାଜିକ ନ୍ୟାୟ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ବିଜେପି ପ୍ରତି ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ବୋଲି କହିଛନ୍ତି ମୋଦୀ..

କଲକାତାରେ କେକେଆର୍‌ ଓ ଆର୍‌ସିବି ମଧ୍ୟରେ ମୁକାବିଲା .. ଆଇପିଏଲ କ୍ରିକେଟ : ୨ୟ ବିଜୟ ଲକ୍ଷ୍ୟରେ ଆର୍‌ସିବି..

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ.. ଘୋଷଣା କଲେ ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ.. ପୂର୍ବଥର ଭଳି ୬.୫ ପ୍ରତିଶତ ରହିଲା ରେପୋ ରେଟ୍‌‌.. ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିବାରୁ ଆଉ ବଢିବନି ଇଏମଆଇ..

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories