www.samajalive.in
Monday, December 15, 2025
15.1 C
Bhubaneswar

ଜାପାନରେ ନିପ୍ପନ ଇସ୍ପାତ କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଡେସ୍କ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ନିପ୍ପନ ଇସ୍ପାତ ନିଗମର କିମିତିସୁସ୍ଥିତ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି । ତାଙ୍କ ସହ ଯାଇଥିବା ଭାରତୀୟ ପ୍ରତିନିଧି ଦଳକୁ ମଧ୍ୟ ସେହି କାରଖାନା ବିଷୟରେ ଅବଗତ କରାଯାଇଛି । ପ୍ରଦୂଷଣ ରହିତ କାରିଗରି ବିଦ୍ୟା, ନିରନ୍ତର ପରିବେଶକୁ ସୁହାଇଲା ଭଳି ସମୂଦ୍ରରୁ ବଳକା ସ୍ଥଳଭାଗରେ ଏହି ଇସ୍ପାତ କାରଖାନା ସ୍ଥାପନ କରାଯାଇଛି । ଗ୍ରୀନ ଟେକନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ନିପ୍ପନ ଇସ୍ପାତ ଉଲ୍ଲେଖନୀୟ କାର୍ଯ୍ୟକରୁଛି। ମୁଖ୍ୟମନ୍ତ୍ରୀ ସେଠାକାର ଅତ୍ୟାଧୁନିକ କାରିଗରି ବିଦ୍ୟାରେ ନିର୍ମିତ ଇସ୍ପାତ କାରଖାନାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନିପ୍ପନ ଇସ୍ପାତ ନିଗମର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିଛନ୍ତି ।

କେନ୍ଦ୍ରାପଡ଼ା ଓ ଜଗତ୍‌‌ସିଂହପୁର ଜିଲ୍ଲାରେ ଏହିଭଳି କାରିଗରି ବିଦ୍ୟା ବଳରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି । ନିପ୍ପନ ଇସ୍ପାତ ନିଗମ ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ଜରିଆରେ ରାଜ୍ୟର ସମୃଦ୍ଧ ଖଣି ସମ୍ବଳକୁ ବିନିଯୋଗ କରି ଇସ୍ପାତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଭାରତର ସମନ୍ୱିତ ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀକୁ ରାଜ୍ୟ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ନିପ୍ପନ ଇସ୍ପାତ ନିଗମର କାରଖାନା ବୁଲି ଦେଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories