www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ବସ୍ ସେବା ଆରମ୍ଭ

ମାଲକାନଗିରି :  ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଗୁରୁବାରଠାରୁ ବସ ସେବା ଆରମ୍ଭ ହୋଇଛି । ଆଜି ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବାଲିମେଳା ଛକ ଠାରେ ମାଲକାନଗିରିରୁ ପଣସପୁଟ ବସ ସେବାର ଉଦଘାଟନ କରିବା ପରେ ବସଟି ପଣସପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଠାରେ ପହଞ୍ଚିଥିଲେ। ସେଠାରେ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ୱାଭିମାନ ଅଂଚଳବାସୀ ଆଉ ଏକ ସରକାରୀ ବସ୍ ମାଲକାନଗିରି ଠାରୁ ପଣସପୁଟ ଯାଏଁ ଚଳାଚଳ ନିମନ୍ତେ ଦାବି କରିଥିଲେ। ଦଶ ଦିନ ଭିତରେ ନିଶ୍ଚିତ ଆଉ ଏକ ବସ୍ ଆପଣଙ୍କ ଅଞ୍ଚଳକୁ ଚାଲିବ ବୋଲି ୫-ଟି ସଚିବ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ବସ୍ ପ୍ରତିଦିନ ସକାଳ ୬ଟାରେ ମାଲକାନଗିରିରୁ ବାହାରି ଦିନ ୧୦ଟାରେ ପଣସପୁଟରେ ପହଞ୍ଚିବ ଏବଂ ସେଠାରୁ ଦିନ ୨ଟା ସମୟରେ ବାହାରି ସନ୍ଧ୍ୟା ୭ଟାରେ ମାଲକାନଗିରିରେ ପହଞ୍ଚିବ। ଏହି ବସ୍ ସେବା ଆରମ୍ଭ ହୋଇଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories