www.samajalive.in
Monday, December 15, 2025
15.1 C
Bhubaneswar

କଳାହାଣ୍ଡି ମେଡିକାଲ କଲେଜ: ଚଳିତ ଶିକ୍ଷା ବର୍ଷରୁ ୧୦୦ ସିଟ୍‌ରେ ଆରମ୍ଭ ହେବ ପାଠପଢା

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ନାମଲେଖା ଆରମ୍ଭ ହେବ। ସେଥିପାଇଁ ଜାତୀୟ ମେଡ଼ିକାଲ ଆୟୋଗ ଅନୁମତି ଦେଇଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ଏହା ଜଣାପଡିବା ପରେ ସର୍ବ ସାଧାରଣରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି । ଗତ ଫେବ୍ରୁଆରୀ ୧୪ରେ ଏନଏମସିର ୩ଜଣିଆ ଟିମ୍ ମେଡିକାଲ କଲେଜ ପରିଦର୍ଶନରେ ଆସିଥିଲେ। ଏହି ଟିମ୍ କଲେଜ ପାଇଁ ଲାଇବ୍ରେରୀ ଓ ଶିକ୍ଷାଦାନ ହସ୍ପିଟାଲ ସମେତ ବିଭିନ୍ନ ଆବଶ୍ୟକତା ପୂରଣ ନିମନ୍ତେ ରିପୋର୍ଟ ଦେଇଥିଲେ।

ଅନ୍ୟପକ୍ଷରେ, ମେଡିକାଲ କଲେଜ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ ଚାଲିଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ, ଏକାଡେମୀ ବିଲ୍ଡିଂ, ହଷ୍ଟେଲ, ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ ହୋଇଛି। ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି। ଏହି ଟିଚିଂ ହସ୍ପିଟାଲ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଅସ୍ଥାୟୀ ଭାବେ ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତ୍ଵରାନ୍ବିତ କରାଯାଇଛି। ଏହି ମେଡିକାଲ କଲେଜରେ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷଠାରୁ ୧୦୦ ଜଣ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଜାତୀୟ ମେଡ଼ିକାଲ ଆୟୋଗ ଚିଠି ନମ୍ବର ଏନ୍ ଏମ୍ ସି / ୟୁଜି / ୨୦୨୩-୨୪ / ୦୦୦୦ ୧୬/ ୦୧୭୫୭/ତା . ୬/୪/୨୦୨୩ ଅନୁମତି ଦେଇଥିବା ଜିଲା ପ୍ରଶାସନ ସୂଚନା ଦେଇଛନ୍ତି। କିନ୍ତୁ ସବୁଠାରୁ ବିଡମ୍ବନାର ବିଷୟ ସମସ୍ତ ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ଶେଷ ହୋଇଥିବା ବେଳେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ଏବଂ ଅଧୀକ୍ଷକଙ୍କ କ୍ୱାର୍ଟର ନିମନ୍ତେ କୌଣସି ବ୍ୟୟବରାଦ ହୋଇନାହିଁ।

- Advertisement -

ସେହିଭଳି ବର୍ତ୍ତମାନ ସିଡିଏମଓ କାର୍ଯ୍ୟାଳୟ ପରିସରରେ ଏଡିଏମଓ ଅଫିସରେ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଚାଲିଛି। ଏ ପର୍ଯ୍ୟନ୍ତ ୭୦ ଜଣ ସହକାରୀ ପ୍ରାଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ ମଧ୍ୟରୁ ପ୍ରାୟ ୩୫ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେଣ୍ଟ୍ରାଲ ଲାଇବ୍ରେରୀ ପାଇଁ ବହି ଯୋଗାଡ଼ କରାଯିବା ସହ ୨୦ଟି କମ୍ପ୍ୟୁଟର ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। କମ୍ପ୍ୟୁଟର କିଣାରେ ବିଳମ୍ବ ହେଉଥିବାରୁ ଭବାନୀପାଟଣା ସଦର ଡାକ୍ତରଖାନାର ପ୍ରାୟ ୨୦ଟି କମ୍ପ୍ୟୁଟର ମେଡିକାଲ କଲେଜରେ ଲଗାଯିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଟିଚିଂ ହସ୍ପିଟାଲ ନିମନ୍ତେ ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବର୍ତ୍ତମାନ ଜିଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ବିଭାଗର ୩୩୦ ବେଡ ହସ୍ପିଟାଲ ନିମନ୍ତେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ଆଇସିୟୁର ପୁନର୍ବିନ୍ୟାସ ଚାଲିଛି। କଳାହାଣ୍ଡି ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଡିନ୍ ଭାବେ ଡାକ୍ତର ବସନ୍ତ ପ୍ରଧାନ ଯୋଗଦେଇଥିବା ବେଳେ ଅଧୀକ୍ଷକ ଭାବେ ଡାକ୍ତର ହରେକୃଷ୍ଣ ଦଳେଇ ଯୋଗଦେଇଛନ୍ତି। ଏଥି ନିମନ୍ତେ ଲ୍ୟାବଠାରୁ ଆରମ୍ଭ କରି ସିକ୍ୟୁରିଟି, ସଫେଇ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ହେବ ସେଥି ପ୍ରତି ଧ୍ୟାନ ଦିଆଯାଉଛି। ମେଡିକାଲ କଲେଜ ପରିସରରେ ବିଭିନ୍ନ ସଫେଇ ସୌନ୍ଦର୍ଯ୍ୟକରଣ ଭଳି ସାମାନ୍ୟ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖୁବଶୀଘ୍ର ଟାଟା କମ୍ପାନୀ ସ୍ବାସ୍ଥ୍ୟ ବିଭାଗକୁ ଉକ୍ତ ମେଡ଼ିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories