BJD Bijuli 480×75 Mob

ରାଜ୍ୟର ଛ’ଟି ହସ୍ପିଟାଲକୁ ମିଳିଲା ‘ଲକ୍ଷ୍ୟ’ ମାନ୍ୟତା

BJD Bijuli 480×75 Mob

ଭୁବନେଶ୍ୱର: ଉନ୍ନତ ପ୍ରସୂତି ଗୃହ ଓ ପ୍ରସବକାଳୀନ ଅପରେସନ ଗୃହ ପରିଚାଳନା ପାଇଁ ରାଜ୍ୟର ୬ଟି ଡାକ୍ତରଖାନାକୁ ‘ଲକ୍ଷ୍ୟ’ ମାନ୍ୟତା ମିଳିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, କେନ୍ଦୁଝର ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ ଓ ରାୟଗଡା ଜିଲ୍ଲା ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶରେ ପ୍ରସବକାଳୀନ ମାତୃ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ମନ୍ତ୍ରାଳୟ ପକ୍ଷରୁ ବାହ୍ୟ ଏଜେନ୍ସି ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ବିଭିନ୍ନ ତଥ୍ୟ ଓ ଟିମ ପରିଦର୍ଶନ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜଗୁଡିକୁ ଚିହ୍ନଟ କରାଯାଇଥାଏ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲ ପ୍ରସୂତି ଗୃହକୁ ୯୩ ପ୍ରତିଶତ ଓ ପ୍ରସବକାଳୀନ ଅପରେସନ ଗୃହ ପରିଚାଳନାକୁ ୯୫ ପ୍ରତିଶତ ଅଙ୍କ ମିଳିଥିବା ବେଳେ କନ୍ଧମାଳକୁ ୯୦ ଓ ୮୪, ରାୟଗଡାକୁ ୮୯ ଓ ୮୮, ଢେଙ୍କାନାଳକୁ ୯୧ ଓ ୯୬, ଘଟଗାଁକୁ ୮୬ ଓ ୮୯ ଏବଂ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ୮୭ ଓ ୮୨ ପ୍ରତିଶତ ଅଙ୍କ ମିଳିଛି। ଗତ ଜୁନ ୫ରୁ ୧୮ ମଧ୍ୟରେ ଏକ ଦୁଇ ଜଣିଆ ପ୍ରତିନିଧି ଦଳ ସମ୍ପୃକ୍ତ ହସ୍ପିଟାଲ ପରିଦର୍ଶନ କରିଥିଲେ। ମୋଟ ୫ଟି ସ୍ଥରରେ ଏହି ମୂଲ୍ୟାୟନ କରାଯାଇଥିବା ବେଳେ ରାଜ୍ୟର ଏହି ୬ଟି ହସ୍ପିଟାଲଗୁଡିକ ୪ଟି ସ୍ଥର ହାସଲ କରିଥିବାରୁ ମନ୍ତ୍ରାଳୟ ସର୍ତ୍ତମୂଳକ ଭାବେ ଲକ୍ଷ୍ୟ ମାନ୍ୟତା ପ୍ରଦାନ କରିଥିବା ଜଣାପଡିଛି

Comments are closed.