www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ରାପଡାରେ ୬ କରୋନା ଯୋଦ୍ଧାଙ୍କୁ କରୋନା

କେନ୍ଦ୍ରାପଡା : ଆଜି ରାଜ୍ୟରେ ଚିହ୍ନଟ ୧୨୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ସମେତ ଦୁଇ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ରେ ନିୟୋଜିତ ଅଙ୍ଗନୱାଡି, ଆଶା କର୍ମଚାରୀ ଏବଂ କର୍ମଚାରୀଙ୍କ ସମେତ ୬ ଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସ୍ବାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ମାର୍ଶାଘାଇର ଜଣେ ଆଶା ଦିଦି ,ଜଣେ ଅଙ୍ଗନବାଡି କର୍ମୀ, ଜଣେ ସୁଇପର, ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ହୋଇଥିବା ବେଳେ ପେଣ୍ଠପାଳ ପଞ୍ଚାୟତର ଜଣେ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ଭଲ୍ୟୁଣ୍ଟରଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏନେଇ ଆଜି କେନ୍ଦ୍ରାପଡ଼ା କଲେକ୍ଟର ଶ୍ରୀ ବର୍ମା ସୂଚନା ଦେଇଛନ୍ତି।

କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହେବା ପରେ ଏହା ପରେ ଜିଲ୍ଲାର ମାର୍ଶାଘାଇ ଓ ପେଣ୍ଠପାଳ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ପରେ ମାର୍ଶାଘାଇ ଅଂଚଳର ୪୦୦ ଙ୍କ ମଧ୍ୟରୁ ୩୦୦ପରିବାର ଓ ପେନ୍ଥାପାଲ ଅଂଚଳର ୮୦ଟି ପରିବାର କଣ୍ଟନମେଣ୍ଟ ଜୋନରେ ରହିବେ । ଏମଧ୍ୟରୁ ପ୍ରଥମ ପର୍ଯ୍ୟାୟ ସମସ୍ତ ପରିବାରଙ୍କ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି ସରିଛି । କିନ୍ତୁ ଏମଧ୍ୟରୁ କୌଣସିଟି ପରିବାର ସଂକ୍ରମିତ ହୋଇନଥିବା ଜଣାଯାଇଛି । ଯଦି ଦ୍ଵିତୀୟ ପର୍ଯ୍ୟାୟରେ କୌଣସିଟି ଲୋକଙ୍କ ଠାରେ ଲକ୍ଷଣ ନଦେଖାଯାଏ ତେବେ ଅଂଚଳରୁ କଣ୍ଟନମେଣ୍ଟ କଟକଣା ଉଠାଇ ଦିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories