ସମ୍ବଲପୁର କୋଭିଡ -୧୯ ହସ୍ପିଟାଲ ଅନୁଧ୍ୟାନ କଲେ ଉନ୍ନୟନ କମିଶନର ଓ ୫ଟି ସଚିବ
ସମ୍ବଲପୁର : ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି.କେ.ପାଣ୍ଡିଆନ ବୁଧବାର ଅପରାହ୍ନରେ କୋଭିଡ -୧୯ ହସ୍ପିଟାଲର କାର୍ଯ୍ୟ ପରିଦର୍ଶନ କରିଥିଲେ। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ -୧୯ ହସ୍ପିଟାଲରେରେ ପରିଣତ କରାଯାଇଛି। ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ବୁଧବାର ୫ଟି ସଚିବ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ କୁମାର ଲାଲ ସମ୍ବଲପୁରର କୋଭିଡ -୧୯ ହସ୍ପିଟାଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ସ୍ପିଟାଲର ଆଇସିୟୁ ବିଭାଗ, ଏକାନ୍ତ ବାସ କକ୍ଷ ଓ ସାଙ୍ଗରୋଧ କକ୍ଷର ସମୀକ୍ଷା କରିଥିଲେ। ଏହା ସହିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ତାକୁ ମଧ୍ୟ ପଚାରି ବୁଝିଥିଲେ। ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବାବେଳେ ସମ୍ବଲପୁରରେ ଶୀଘ୍ର କାମ ଶେଷ କରି କୋଭିଡ -୧୯ ରୋଗୀ ଙ୍କ ଚିକିତ୍ସା ସେବା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.