ସିଲ୍‍ଭରଷ୍ଟୋନ୍‍ ପାଇଁ ଅଭିନବ ୫ଜି ଟେକ୍ନୋଲୋଜି ବିକାଶ କଲେ ଓଡିଆ ଉଦ୍ୟୋଗୀ

ଭୁବନେଶ୍ୱର: ବ୍ରିଟେନ୍‍ ସ୍ଥିତ ଓଡିଆ ଉଦ୍ୟୋଗୀ ଅରୁଣ କର ବ୍ରିଟେନ୍‍ ସିଲ୍‍ଭରଷ୍ଟୋନ୍‍ ରେସିଂ ସର୍କିଟରେ ଆୟୋଜିତ ବିଶ୍ୱର ସର୍ବବୃହତ ମୋଟର୍‍ ରେସିଂର ଦର୍ଶକଙ୍କ ପାଇଁ ରିଅଲ୍‍ ଟାଇମ୍‍ ୫ଜି ଭର୍ଚୁଆଲ୍‍ ରିଅଲିଟି ସଫ୍ଟ୍‍ୱେର୍‍ ବିକଶିତ କରିଛନ୍ତି। ପ୍ରୟୋଗ ସଫ୍ଟୱେର୍‍ ଏବଂ ଆକ୍ଟିଭେସନ୍‍ ଏରିଆ ମାଧ୍ୟମରେ ପ୍ରଦାନ କରାଯାଉଥିବା ୫ଜି ଇମର୍ସିଭ୍‍ ଅଭିଜ୍ଞତା ଦର୍ଶକଙ୍କୁ ରେସ୍‍ ସର୍କିଟରେ ଥିବା ଭଳି ଅନୁଭବ କରାଇବ।

ଅରୁଣ କରଙ୍କ ଟେକ୍‍ କମ୍ପାନୀ- ଏକ୍ସପଟ୍‍ନେସ୍ଟ୍‍ ଦ୍ୱାରା ବିକଶିତ ୮କେ ରିଜୋଲ୍ୟୁସନ୍‍ ୩୬୦ ଡିଗ୍ରୀ ଭର୍ଚୁଆଲ୍‍ ରିଅଲିଟି ସହିତ ଇମର୍ସିଭ୍‍ ଫ୍ୟୁଚରିଷ୍ଟିକ୍‍ ୫ଜି ଟେକ୍ନୋଲୋଜି, ଯାହା ଦର୍ଶକମାନଙ୍କୁ ଏକ ବୈପ୍ଲବିକ୍‍ ପ୍ରଯୁକ୍ତିବିଦ୍ୟା ଦେବା ସହ ରେସ୍‍ ଟ୍ରାକରେ ଉପସ୍ଥିତ ଥିଲା ଭଳି ଅନୁଭବ ଦେବ। ଉଦ୍ୟୋଗୀ ଅରୁଣ କର କହିଛନ୍ତି, ଟ୍ରାକ୍‍ସାଇଡ୍‍, ଗ୍ରାଣ୍ଡ୍‍ଷ୍ଟାଣ୍ଡ୍‍ କିମ୍ବା ଘର ସୋଫାରେ ବସି ଆପ୍‍ ମାଧ୍ୟମରେ ମୋବାଇଲ୍‍ ଫୋନରେ ରିଅଲ୍‍ ଆଇକନ୍‍ କାର୍‍ଗୁଡିକ ପ୍ରସିଦ୍ଧ ସିଲ୍‍ଭରଷ୍ଟୋନ୍‍ ଗ୍ରାଣ୍ଡ୍‍ ପ୍ରିକ୍ସ ସର୍କିଟରେ ଦେଖିପାରିବେ।

ଅରୁଣ କର, ଡ଼ ମନୋରଞ୍ଜନ କର (ଓୟୁଏଟିର ପୁର୍ବତନ କୁଳପତି) ଏବଂ ରଶ୍ମୀ ରେଖା କରଙ୍କ ପୁତ୍ର। ସେ ନେଷ୍ଟ ଗ୍ରୁପ୍ରର ସହ ପ୍ରତିଷ୍ଠାତା। ନିକଟରେ ଉଦ୍ୟୋଗୀ ଅରୁଣ କରଙ୍କ ‘ନୂତନ ଗ୍ଲୋବାଲ୍‍ ଓଡିଆ କନେକ୍ଟ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ନେଇଆସିଛନ୍ତି, ଯାହା ଓଡିଆ ସମ୍ପ୍ରଦାୟକୁ ଏକଜୁଟ୍‍ କରିବା ସହ ସାମାଜିକ ସ୍ତରରେ ସେମାନଙ୍କୁ ଗୋଟିଏ ଜାଗାକୁ ଆଣିବ। ତାଙ୍କର ଅବିଶ୍ୱସନୀୟ ଉଭାବନ ପାଇଁ ସେ ଫୋର୍ବସ୍‍, ଫର୍ଚୁନରେ ସ୍ଥାନ ପାଇବା ସହ ଅନେକ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ମାନ୍ୟତା ପାଇଛନ୍ତି।

Comments are closed.