www.samajalive.in
Sunday, December 7, 2025
23.1 C
Bhubaneswar

କୋଲକାତା ଭାଜପା କାର୍ଯ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ

କୋଲକାତା: କୋଲକାତାର ଖିଦିରପୁର ଏବଂ ହେଷ୍ଟିଙ୍ଗସ କ୍ରସିଂ ସ୍ଥାନରୁ ପୁଲିସ ୫୪ଟି ଅଫୁଟା ବୋମା ଜବତ କରିଛି। ଶନିବାର ରାତିରେ ଏହି ବୋମାଗୁଡିକ ଜବତ କରାଯାଇଛି। ଗତ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଖୋଲାଯାଇଥିବା କାର୍ଯ୍ୟାଳୟ ନିକଟରୁ ଏହି ବୋମାଗୁଡିକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ ଯେ ବୋମାଗୁଡିକୁ ଏକ ଅଖା ଭିତରେ ଭର୍ତ୍ତି କରି ରଖାଯାଇଥିଲା। ସାମରିକ ଗୁଇନ୍ଦା ସୂତ୍ରରୁ ପୁଲିସ ସେଠାରେ ବୋମା ରଖାଯାଇଥିବା ସଂପର୍କରେ ସୂଚନା ପାଇଥିଲା। ହେଷ୍ଟିଙ୍ଗସ ଥାନାର ଅଧିକାରୀ, ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ବୋମାଗୁଡିକୁ ଜବତ କରିବା ସହିତ ନିଷ୍କ୍ରିୟ କରିଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏତେସଂଖ୍ୟକ ବୋମା ବିସ୍ଫୋରଣ ଘଟିଥିଲେ ବ୍ୟାପକ କ୍ଷୟକ୍ଷତି ଘଟିବା ଆଶଙ୍କା ରହିଥିଲା। ବୋମାଗୁଡିକ ସେଠାକୁ କିଭଳି ଆସିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଚିତ୍ରରେ ଉତ୍ତୋଳିତ ଫଟୋକୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ଭାଜପାର ୩୭ ଜଣ କର୍ମୀ ପ୍ରାଣ ହରାଇଥିବା ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷ ଦାବି କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories