ଖୋଲାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା

0

ସମ୍ବଲପୁର: ଏଣିକି ଖୋଲାରେ ମଳତ୍ୟାଗ କଲେ ଦେବାକୁ ପଡିବ ୫୦୦ ଟଙ୍କା ଜୋରିମାନା। ଏଭଳି ନିଷ୍ପତ୍ତି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନିଆଯାଇଛି। ଏନେଇ ମଙ୍ଗଳବାର ମହାନଗର ନିଗମ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କେବେଠାରୁ ଏହା କାର୍ଯ୍ୟକାରୀ ହେବ ତାହା ବିଜ୍ଞପ୍ତିରେ ସ୍ପଷ୍ଟ ହୋଇନାହିଁ।

prayash

ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହାର ସଠିକ୍ କାର୍ଯ୍ୟକାରୀ ହୋଇପାରିନାହିଁ। ଏବେ ମଧ୍ୟ ଅନେକ ଲୋକ ବାହାରେ ମଳତ୍ୟାଗ କରୁଛନ୍ତି। ଏଣିକି ସେମାନଙ୍କଠାରୁ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯିବ। ସମ୍ବଲପୁର ସହରକୁ ଶୌଚମୁକ୍ତ କରିବା ପାଇଁ ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି।

kalyan agarbati
Leave A Reply